Home ଓଡ଼ିଶା ଖଡିଆଳ ବିଧାୟକଙ୍କ ନେତୃତ୍ୱରେ ଭେଟିଲେ ଜଳ ସମ୍ପଦ ସଚିବଙ୍କୁ ବିସ୍ଥାପିତ

ଖଡିଆଳ ବିଧାୟକଙ୍କ ନେତୃତ୍ୱରେ ଭେଟିଲେ ଜଳ ସମ୍ପଦ ସଚିବଙ୍କୁ ବିସ୍ଥାପିତ

137

ଖଡିଆଳ/ନୂଆପଡା-୦୨.୦୭.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବିଭିନ୍ନ ସମସ୍ୟା ନେଇ ଲୋୟର ଇନ୍ଦ୍ର ସହାୟତା ସମିତି ଓ ମଞ୍ଚ ପକ୍ଷରୁ ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଓ ନିର୍ଦ୍ଦେଶକଙ୍କୁ ଭେଟିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିଲା ସୋମବାର ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି ଙ୍କ ନେତୃତ୍ୱ ରେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଓ ମଞ୍ଚର ସଭାପତି କିଶୋର ଚନ୍ଦ୍ର କଠାରଙ୍କୁ ସମେତ ୨୦ ଜଣିଆ ପ୍ରତିନିଧି ଦଳ ଜଳ ସମ୍ପଦ ପ୍ରମୁଖ ସଚିବ ପ୍ରଦୀପ ଜେନା ଓ ଜଳ ସମ୍ପଦ ବିଭାଗର ଆରଆର ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସଙ୍କୁ ଭେଟିଥିଲେ। ଏହି ଅବସରରେ ବିଧାୟକ କହିଥିଲେ ପ୍ରକଳ୍ପ ବର୍ତ୍ତମାନ ନିର୍ମାଣର ଶେଷ ଅବସ୍ଥାରେ ପହଞ୍ଚିଥିବା ବେଳେ ବିସ୍ଥାପିତ ଙ୍କ ଅନେକ ସମସ୍ୟା ବର୍ତ୍ତମାନ ମଧ୍ୟ ପୂରଣ ହୋଇ ପାରିନାହିଁ। ଏଣୁ ଶୀଘ୍ର ଦାବି ପୂରଣ କରାଯାଉ ବୋଲି ସେ ଦାବି କରିଥିଲେ। ଏହି ସମସ୍ୟା ଶୁଣିଲା ପରେ ଜଳ ସମ୍ପଦ ସଚିବ ଓ ଆରଆର ଡାରରେକ୍ଟର ୨ ଟି ସମସ୍ୟା ତୁରନ୍ତ ପୁରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ଆଜି ପର୍ଯ୍ୟନ୍ତ ଖଡିଆଳ ର କୌଣସି ବିଧାୟକ କିମ୍ବା କୈଣସି ମନ୍ତ୍ରୀ ଏ ବିଷୟ ନେଇ ଆଲେଚନା କରି ନ ଥିଲେ ଆପଣ ପ୍ରଥମ ବ୍ୟକ୍ତି ଯିଏକି ଆମକୁ ୪୦ ମିନିଟ ସମୟ ନେଇ ଏହି ସମସ୍ୟାର ସମାଧାନ ର ବାଟ ବାହାର କରିଛନ୍ତି। ଅନୁକମ୍ପା ରାଶି ପାଇବା ଯୋଗ୍ୟ ବିସ୍ଥାପିତଙ୍କୁ ତୁରନ୍ତା ସାହାୟତା ପ୍ରଦାନ ଓ ଜମୀ ହରାକୁ ବର୍ଦ୍ଧିତ ମୁଲ୍ୟ ପ୍ରଦାନ ପାଇଁ ଅଧିକାରି ମାନେ ରାଜି ହୋଇଥିଲେ। ପୁଣି ବିସ୍ଥାପିତଙ୍କୁ ପଞ୍ଚମ ଦାବି ନୂଆପଡା ଓ ବଲାଙ୍ଗିର ଜିଲ୍ଲାପାଲ ଆସନ୍ତ ଜୁଲାଇ ୧୨ ତାରିଖ ଭିଡିଓ କନଫରେସ୍ ମାଧ୍ୟମରେ ତୁରନ୍ତ ପୁରଣ କରିବା ପାଇଁ କହିବେ ବୋଲି ପ୍ରତିଶୃତି ଦେଇଥିଲେ। ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୧୦ ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡିଯାଇଥିବା ବେଳେ ୧୯ ଗୋଟି ଗ୍ରାମ ଆଂଶିକ ବୁଡି ଗ୍ରାମ ହୋଇଥିଲା। ହେଲେ ୧୯ ବର୍ଷ ପରେ ବି ବିସ୍ଥାପିତ ଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.