Home ଓଡ଼ିଶା ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ

ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ

790

ନୂଆଦିଲ୍ଲୀ: ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହେଉଛି।କର୍କଟ (କ୍ୟାନ୍ସର) ଭଳି ମାରାତ୍ମକ ରୋଗର ଔଷଧ ମଧ୍ୟ ଗୋମୂତ୍ରରୁ ପ୍ରସ୍ତୁତ ହେଉଛି।ଏଣିକି ଆୟୁଷ ମନ୍ତ୍ରାଳୟ ଗୋମୂତ୍ରରୁ ବିଭିନ୍ନ ଔଷଧ ସମେତ କ୍ୟାନ୍ସର ପାଇଁ ମଧ୍ୟ ଔଷଧ ପ୍ରସ୍ତୁତ କରିବ।ଏଥିପାଇଁ କାମ କରାଯାଉଛି।ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ।ତାମିଲନାଡୁର କୋଏମ୍ବାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।କେନ୍ଦ୍ର ସରକାର ଗୋସମ୍ବର୍ଦ୍ଧନ ଏବଂ ଗୋପାଳନ ପାଇଁ କିଛି ପଦକ୍ଷେପ ନେଇଛନ୍ତି।ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗକୁ ସାମିଲ କରିବା ନେଇ ପ୍ରସ୍ତାବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା କରୁଛି।ଚୌବେ କହିଛନ୍ତି, କେନ୍ଦ୍ର ଏକ ଭିନ୍ନ ଯୋଜନା ମାଧ୍ୟମରେ ବର୍ତ୍ତମାନ ୩ ପ୍ରକାରର କର୍କଟ ରୋଗର ଚିକିତ୍ସା ପ୍ରଦାନ କରୁଛି।ଏବଂ ଏବେ ଜନ ଆରୋଗ୍ୟ ଯୋଜନା ଭଳି କୌଣସି ଘାତକ ରୋଗ ସାମିଲ କରାଯିବା ନେଇ ଅଧ୍ୟୟନ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ରାମକୃଷ୍ଣ ହସ୍ପିଟାଲରେ କର୍କଟ ବିରୋଧରେ ଲଢ଼େଇ ଅଭିଯାନ ଉଦଘାଟନ କରିବା ଅବସରରେ ଦେଶକୁ କର୍କଟ ମୁକ୍ତ କରାଯିବା ନେଇ ପ୍ରଶ୍ନରେ କହିଛନ୍ତି, ଏହି ରୋଗ ଏବେ ବିଶ୍ୱରେ ଏକ ମାରାତ୍ମକ ଭଳି ଉଭା ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଦେଶ ୨୦୩୦ ପର୍ଯ୍ୟନ୍ତ ମାରାତ୍ମକ ରୋଗରୁ ମୁକ୍ତ ହେବାକୁ ଚାହୁଁଛି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଲକ୍ଷ୍ୟ ହାସଲ କରିବାକୁ କାମ କରୁଛି।ତାମିଲନାଡୁର ଚିକିତ୍ସା ପ୍ରଣାଳୀକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଦେଶରେ ଏବେ ୭୫ଟି ମେଡିକାଲ କଲେଜକୁ ଅପଗ୍ରେଡେସନ୍ କରାଯାଇଥିବା କହିଛନ୍ତି।//ଦେବଦତ୍ତ ରଥ

ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.