Home ଓଡ଼ିଶା ପୁରୀ : ସେବକଙ୍କୁ ମିଳିଲା ପରିଚୟପତ୍ର

ପୁରୀ : ସେବକଙ୍କୁ ମିଳିଲା ପରିଚୟପତ୍ର

161

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତି ମୁତାବକ, ଶ୍ରୀମନ୍ଦିର ସେବକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସେବକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ପରିଚୟପତ୍ର ଗ୍ରହଣ କରିଥିଲେ। ଶ୍ରୀମନ୍ଦିରରେ ସେବା ସହିତ ସଂପୃକ୍ତ ସମସ୍ତ ନିଯୋଗର ସେବାୟତଙ୍କୁ ପର୍ଯ୍ୟାୟକ୍ରମେ ପରିଚୟପତ୍ର ଦିଆଯିବ। ଗତକାଲି ପରିଚାଳନା କମିଟିରେ ଉପସ୍ଥିତ କିଛି ସେବକଙ୍କୁ ପରିଚୟପତ୍ର ଦିଆଯାଇଥିଲା। ସେବାୟତମାନେ ମନ୍ଦିର ଯିବା ବେଳେ ଏହି ପରିଚୟପତ୍ର ଧରି ଯିବେ। ଫଳରେ ପୁଲିସ ଓ ଜେଟିପିମାନେ ସେବାୟତଙ୍କୁ ଚିହ୍ନିବାରେ ଆଉ ସମସ୍ୟା ଉପୁଜିବନି। ଯେହେତୁ ନିୟମ ଶୃଙ୍ଖଳା ସମସ୍ତଙ୍କ ପାଇଁ ସମାନ, ସେ ଦୃଷ୍ଟିରୁ ଗଜପତି ମହାରାଜ ମଧ୍ୟ ପରିଚୟପତ୍ର ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.