Home ଓଡ଼ିଶା ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ବନ୍ଦ ହେଲା

ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ବନ୍ଦ ହେଲା

491

ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଅପର ପକ୍ଷରେ ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତିର ଆଶଙ୍କା କରାଯାଉଥିଲା। ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲି ଦିଆଯାଇଥିଲା। ଯାହା ଫଳରେ ରାଜ୍ୟର ମହାନଦୀ ସମେତ କେତେକ ଶାଖା ନଦୀରେ ଜଳ ପତଲ ବୃଦ୍ଧିପାଇ ତଳିଆ ଅଞ୍ଚଳମାନଙ୍କରେ ପାଣି ଭରିଯାଇଥିଲା। କିନ୍ତୁ ଏବେ କମିଛି ବର୍ଷା। ଟଳିଯାଇଛି ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି। ଏନେଇ ଆଉ ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ତିତି ନାହିଁ ବୋଲି ଡେପୁଟି ଏସ୍ ଆର୍ ସି ସୂଚନା ଦେଇଛନ୍ତି।

ଗତକାଲି ହୀରାକୁଦର ୧୦ ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ଆଉ ପାଞ୍ଚଟି ଗେଟ୍ ବନ୍ତଦ କରାଯାଇଛି। ତେଣୁ ସେହିପରି ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ି ଯାଇଛି। ହୀରାକୁଦର ୧୦ରୁ ୫ଟି ଗେଟ୍ ବନ୍ଦ ହୋଇ ୫ଟିରେ ପାଣି ଛଡ଼ାଯାଉଛି, ଡ୍ୟାମ୍‌କୁ ଜଳ ପ୍ରବେଶ ଦେଖି ୧ରୁ ୫ଟି ଭିତରେ ଗେଟ୍ ଖୋଲା ରହିବ ବୋଲି କହିଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.