Home Coronavirus Outbreak ରାଜ୍ୟରେ ଆଉ ୧୫ ଆକ୍ରାନ୍ତ ଚିହ୍ନଟ : ବୌଦ୍ଧରେ ପ୍ରବେଶ କଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା...

ରାଜ୍ୟରେ ଆଉ ୧୫ ଆକ୍ରାନ୍ତ ଚିହ୍ନଟ : ବୌଦ୍ଧରେ ପ୍ରବେଶ କଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୩୭୭

645

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚିଛି। ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲା କରୋନା ସଂକ୍ରମିତ ଜିଲ୍ଲା ଭାବରେ ସାମିଲ ହୋଇଛି। ବୌଦ୍ଧରୁ ୩ ଜଣ ଆକ୍ରାନ୍ତଙ୍କର ଟେଷ୍ଟ ପଜିଟିଭ୍ ଆସିଛି। ଗଞ୍ଜାମରୁ ୭, ଯାଜପୁରରୁ ଜଣେ, ପୁରୀରୁ ୨ ଜଣ, ଅନୁଗୁଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଯାଜପୁର ଜିଲ୍ଲାରେ ୬୦ ଜଣ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି ୫୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୧୨୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୧୨୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୪୨ ଜଣ ଆକ୍ରାନ୍ତ ଥିବା ବେଳେ ୦୯ ସୁସ୍ଥ ହୋଇଛନ୍ତି ୩୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୩୧ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅନୁଗୁଳ ଜିଲ୍ଲାରେ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୧୫ ସକ୍ରୀୟ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୦୬ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡ଼ାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ଚିକିତ୍ସିତ ହେଉଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବୌଦ୍ଧରେ ୩ ଜଣ ଆକ୍ରାନ୍ତ ଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ୨ ଜଣ ସକ୍ରୀୟ ଅଛନ୍ତି। ତେବେ ମୋଟ ୩୭୭ ଜଣ ଆକ୍ରାନ୍ତ ଥିବା ବେଳେ ୬୮ ସୁସ୍ଥ ହୋଇଛନ୍ତି ୩୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.