Home ଓଡ଼ିଶା ଲୋକସଭାରେ ସମ୍ବଲପୁରରେ ଏମ୍ସ ପ୍ରତିଷ୍ଟା ପ୍ରସଂଗ

ଲୋକସଭାରେ ସମ୍ବଲପୁରରେ ଏମ୍ସ ପ୍ରତିଷ୍ଟା ପ୍ରସଂଗ

147

ସମ୍ବଲପୁର, ୨୭/୭ (ଓଡ଼ିଆ ପୁଅ) ସମ୍ବଲପୁର ଠାରେ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ଏଆଇଆଇଏମଏସ ପ୍ରତିଷ୍ଠା କରାଯିବାକୁ ଦାବି ହୋଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଏବଂ ରିସର୍ଚ୍ଚ-ଭିମସାରର ଦୟନୀୟ ସି୍ଥତି ବାବଦରେ ଆଲୋଚନା କରି ସମ୍ବଲପୁର ସାଂସଦ ନୀତେଶ ଗଂଗଦେବ ଲୋକସଭାରେ ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ହାସ୍ପାତାଲ କେବଳ ସମ୍ବଲପୁର ସଂସଦୀୟ କ୍ଷେତ୍ର ନୁହେଁ, ଏହାର ଆଖପାଖ ଜିଲ୍ଲା ମାନଙ୍କର ରୋଗୀ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଆସିଛି। ହେଲେ ଏଠାରେ ଡ଼ାକ୍ତରଙ୍କ ଅଭାବ ହେତୁ ଓ ଅନେକ ବିଭାଗରେ ବିଭାଗୀୟ ମୁଖ୍ୟ ନଥିବାରୁ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ସୁଲଭ ସ୍ୱାସ୍ଥ୍ୟ ସେବା ମିଳିପାରୁନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.