Home Top News ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅରମାନ କୋହଲି ଗିରଫ

ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅରମାନ କୋହଲି ଗିରଫ

39

ମୁମ୍ବାଇ ୨୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରଭାକର ଦଳାଇ) ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ରବିବାର ଦିନ ଏହି ଅଭିନେତାଙ୍କୁ ନଗର କୋର୍ଟ ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ଏନସିବି ସୂଚନା ଦେଇଛି।

ଏହି ଅଭିନେତାଙ୍କୁ NDPS (ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) ଅଧିନିୟମର ଧାରା ୨୧ (କ), ୨୭ (କ), ୨୮, ୨୯, ୩୦, ଏବଂ ୩୫ ଅନୁଯାୟୀ ଗିରଫ କରାଯାଇଛି। ଶନିବାର ସନ୍ଧ୍ୟାରେ ଉପାନ୍ତ ଆନ୍ଧେରୀର ଅରମାନଙ୍କ ବାସଭବନରେ ଚଢାଉ କରି ତାଙ୍କ ନିକଟରୁ ଅଳ୍ପ ପରିମାଣର କୋକେନ ଉଦ୍ଧାର କରିଥିବା ଅଭିଯୋଗ ହୋଇଥିଲା ଏବଂ ପରେ ତାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଗିରଫ ସମୟରେ ସେ ଅପ୍ରସ୍ତୁତ ଅବସ୍ଥାରେ ଥିଲେ।

“ଏହାପରେ ଅଭିନେତା ଅରମାନ କୋହଲି ଏନସିବି ଦେଇଥିବା ପ୍ରଶ୍ନର ଅସ୍ପଷ୍ଟ ଉତ୍ତର ଦେଇଛନ୍ତି। ପରେ ତାଙ୍କୁ ଏନସିବି କାର୍ଯ୍ୟାଳୟରେ ପଚରାଉଚରା ପରେ ଗିରଫ କରାଯାଇଥିଲା” ବୋଲି ଏନସିବି ଜୋନାଲ ନିର୍ଦ୍ଦେଶକ (ମୁମ୍ବାଇ) ସମୀର ୱାନକେଡେ ସୂଚନା ଦେଇଛନ୍ତି। ଏଥିସହ ଏନସିବି ମୁମ୍ବାଇର ୱର୍ଲିର ହାଜି ଅଲି ଅଞ୍ଚଳର ଅଜୟ ରାଜୁ ସିଂ ନାମକ ଜଣେ ଡ୍ରଗ୍ ପ୍ୟାଡଲରଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ତାଙ୍କଠାରୁ ୨୫ ଗ୍ରାମ ଏମଡି ଉଦ୍ଧାର କରିଛି। ଅଭିଯୁକ୍ତ ଜଣକ ଜଣେ ପୁରୁଣା ନିଶା ବେପାରୀ ଏବଂ ତାଙ୍କୁ ପଚରା ଉଚରା କରିବା ବେଳେ ଅରମାନ କୋହଲିଙ୍କ ନାମ ସେ ହିଁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.