Home Top News ତାଲିବାନ ପ୍ରତି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ନରମ ମନୋଭାବ ! ଆତଙ୍କବାଦ ସଂପର୍କିତ ବିବୃତ୍ତିରୁ...

ତାଲିବାନ ପ୍ରତି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ନରମ ମନୋଭାବ ! ଆତଙ୍କବାଦ ସଂପର୍କିତ ବିବୃତ୍ତିରୁ ତାଲିବାନର ନାମ ହଟାଗଲା

163

ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରଭାକର ଦଳାଇ) ତାଲିବାନ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଆଭିମୁଖ୍ୟ ବଦଳିଛି। ଆଫଗାନିସ୍ତାନର ରାଜଧାନୀ କାବୁଲକୁ କାବୁ କରିବାର ଦୁଇ ସପ୍ତାହ ପରେ ଜାତିସଂଘ ସୁରକ୍ଷା ପରିଷଦ ନରମି ଥିବା ଜଣାପଡିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନଙ୍କ ନାମକୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ହଟାଇ ଦେଇଛି। ବାସ୍ତବରେ, କାବୁଲକୁ କାବୁ କରିବାର ଗୋଟିଏ ଦିନ ଅର୍ଥାତ୍ ଅଗଷ୍ଟ ୧୬ ରେ ଆଫଗାନିସ୍ତାନ ସମ୍ବନ୍ଧରେ ୟୁଏନଏସସି ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଯେଉଁଥିରେ ତାଲିବାନକୁ ସେମାନଙ୍କ ଅଞ୍ଚଳରେ ଆତଙ୍କବାଦକୁ ସମର୍ଥନ ନକରିବାକୁ ନିବେଦନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ବିବୃତ୍ତି ସହିତ, ତାଲିବାନ ନାମକୁ ହଟାଇ ଦିଆଯାଇଛି।

ଏଠାରେ ଜାଣିବା ଜରୁରୀ ଯେ, ଏହି ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରିଛି। ଏହି ବିବୃତ୍ତି ଉପରେ ଭାରତ ମଧ୍ୟ ଦସ୍ତଖତ କରିଛି। ୟୁଏନଏସସି ପକ୍ଷରୁ ଜାରି ସର୍ବଶେଷ ବିବୃତ୍ତିରେ ୨୬ ଅଗଷ୍ଟରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୧୭୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦାୟୀ ବୋଲି ଦାବି କରିଛି।

ଜାଣନ୍ତୁ-କଣ ରହିଛି ଅଗଷ୍ଟ ୨୭ ଷ୍ଟେଟମେଣ୍ଟରେ

କାବୁଲ ଆକ୍ରମଣର ଗୋଟିଏ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟରେ, ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି ୟୁଏନଏସସି ସଭାପତି ପରିଷଦ ପକ୍ଷରୁ ଏକ ବିବୃତ୍ତି ଜାରି କରି ୧୬ ଅଗଷ୍ଟରେ ଲେଖାଯାଇଥିବା ଏକ ଅନୁଚ୍ଛେଦକୁ ଦୋହରାଇଛନ୍ତି। ଏହି ବିବୃତ୍ତିଟି ଉଲ୍ଲେଖ ଥିବା ଅନୁଚ୍ଛେଦଟି ହେଉଛି- ‘ସୁରକ୍ଷା ପରିଷଦର ସଦସ୍ୟମାନେ ଆଫଗାନିସ୍ତାନରେ ଆତଙ୍କବାଦ ମୁକାବିଲା କରିବାର ଗୁରୁତ୍ୱକୁ ଦୋହରାଇଛନ୍ତି ଯେ ଆଫଗାନିସ୍ତାନର ଅଞ୍ଚଳ କୌଣସି ଦେଶକୁ ଧମକ ଦେବା କିମ୍ବା ଆକ୍ରମଣ କରିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।’

ଅଗଷ୍ଟ ୧୬ ର ବିବୃତ୍ତିରେ କ’ଣ ଥିଲା?

ଏହି ଅନୁଚ୍ଛେଦ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଥିରେ ତାଲିବାନର ନାମ ମଧ୍ୟ ନାହିଁ। କିନ୍ତୁ କାବୁଲ ଉପରେ ତାଲିବାନ ଶାସନ କରିବା ପରେ ୧୬ ଅଗଷ୍ଟରେ UNSC ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ ତାଲିବାନର ନାମ ରହିଥିଲା। ଅଗଷ୍ଟ ୧୬ ବିବୃତ୍ତିରେ ସୁରକ୍ଷା ପରିଷଦର ସଦସ୍ୟମାନେ ଉଲ୍ଲେଖ କରିଛନ୍ତି ଯେ ଆଫଗାନିସ୍ତାନ, ତାଲିବାନ, କୌଣସି ସଂଗଠନ କିମ୍ବା ବ୍ୟକ୍ତି କୌଣସି ଦେଶକୁ ଧମକ ଦେବା କିମ୍ବା ଆକ୍ରମଣ କରିବା ପାଇଁ ଉଦିଷ୍ଠ ନୁହେଁ। ଏପରିକି କୌଣସି ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବା ସକ୍ରିୟକୁ ମଧ୍ୟ ସମର୍ଥନ କରିବା ପାଇଁ ଉଦିଷ୍ଟ ନୁହେଁ ବୋଲି କୁହାଯାଇଥିଲା।

ଏହି ପରିବର୍ତ୍ତନକୁ ପ୍ରଥମେ ଟ୍ୱିଟର ମାଧ୍ୟମରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧୀ ସୟଦ ଆକବରଉଦ୍ଦିନ ସୂଚିତ କରିଛନ୍ତି। ଆକବରଉଦ୍ଦିନ ତାଙ୍କ ବିବୃତ୍ତିର ଏକ କପି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି – ମାତ୍ର ୧୫ ଦିନ ମଧ୍ୟରେ ‘ଟି’ ଶବ୍ଦକୁ ହଟାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.