Home Top News କୃଷକ ଆନ୍ଦୋଳନ ସ୍ଥଳ ସିଙ୍ଗୁ ସୀମାରେ ଯୁବକଙ୍କୁ ହତ୍ୟାକରି ହାତ କାଟି ବ୍ୟାରିକେଡ୍‌ରେ ଝୁଲାଇଦେଲେ ଅପରାଧି

କୃଷକ ଆନ୍ଦୋଳନ ସ୍ଥଳ ସିଙ୍ଗୁ ସୀମାରେ ଯୁବକଙ୍କୁ ହତ୍ୟାକରି ହାତ କାଟି ବ୍ୟାରିକେଡ୍‌ରେ ଝୁଲାଇଦେଲେ ଅପରାଧି

170

ନୂଆ ଦିଲ୍ଲୀ ୧୫ -୧୦ (ଓଡ଼ିଆ ପୁଅ) କୃଷକ ଆନ୍ଦୋଳନ ସ୍ଥଳ ସିଙ୍ଗୁ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହିସ୍ଥାନରେ ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ହାତ କାଟି ମୃତଦେହକୁ ବ୍ୟାରିକେଡରେ ଟାଙ୍ଗି ଦିଆଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ମୃତଦେହ ସକାଳେ ସିଙ୍ଗୁ ସୀମାରେ ଆନ୍ଦୋଳନକାରୀଙ୍କ ମୁଖ୍ୟ ସ୍ଥାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ବୟସ ପାଖାପାଖି ୩୫ ବର୍ଷ। ତୀକ୍ଷ୍ଣ ଅସ୍ତ୍ର ସହିତ ଆକ୍ରମଣର ଚିହ୍ନ ଯୁବକଙ୍କ ଶରୀରରେ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.