Home ଓଡ଼ିଶା ମତଦାନ କେନ୍ଦ୍ର ନିକଟରେ ସନଷ୍ଟ୍ରୋକରେ ଚାଲିଗଲା ପ୍ରାଣ- ଭୋଟ ଦେବାକୁ ଆସିଥିଲେ

ମତଦାନ କେନ୍ଦ୍ର ନିକଟରେ ସନଷ୍ଟ୍ରୋକରେ ଚାଲିଗଲା ପ୍ରାଣ- ଭୋଟ ଦେବାକୁ ଆସିଥିଲେ

812

ମାଲକାନଗିରି ୧୧-୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ନାଲାଗୁଣ୍ଠି ଗ୍ରାମପଞ୍ଚାୟତର ଏମ.ଭି ୭୪ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୨୪୯ ନମ୍ବର ବୁଥ୍ କୁ ଭୋଟ ଦେବାପାଇଁ ଆସି ଅପେକ୍ଷା କରି ନାଲାଗୁଣ୍ଠି ଗ୍ରାମପଞ୍ଚାୟତର ନାଲାଗୁଣ୍ଠି ଆଦିବାସୀ ଗାଁ ର ୪୫ ବର୍ଷ ବୟସର ଭୀମା କବାସୀଙ୍କର ଟାଣୁଆ ଖରା ଯୋଗୁଁ ମୃତ୍ୟୁ ଘଟିଛି ବୁଥ୍ ପରିସର ନିକଟରେ। ମୃତ ବ୍ୟକ୍ତିଙ୍କର ନାମ ଭିମା କବାସି ବୋଲି ଜଣାପଡ଼ିଛି। ଭାମା ଭୋଟ ଦେବାକୁ ଆସିଥିଲେ, ଲାଇନ୍ ରେ ଛିଡା ହୋଇଥିବା ସମୟରେ ମୁଣ୍ଡ ବୁଲାଇ ଥିବାରୁ, ପାଖରେ ଥିବା ବରଗଛ ମୂଳେ ବିଶ୍ରାମ ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏମ.ଭି ୭୯ ଥାନା ଅଧିକାରୀ ଆସି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.