Home ଓଡ଼ିଶା ମାଓବାଦୀଙ୍କ ଭୋଟବର୍ଜନ ଡାକରା ସ୍ୱତ୍ତ୍ୱେ କଡାସୁରକ୍ଷା ମଧ୍ୟରେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମତଦାନ: ୧୩ଜଣ ପ୍ରାର୍ଥୀଙ୍କ...

ମାଓବାଦୀଙ୍କ ଭୋଟବର୍ଜନ ଡାକରା ସ୍ୱତ୍ତ୍ୱେ କଡାସୁରକ୍ଷା ମଧ୍ୟରେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମତଦାନ: ୧୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

631

ମାଲକାନଗିରି, ୧୧-୪(ଓଡିଆ ପୁଅ) ମାଓବାଦୀଙ୍କ ଭୋଟ ବର୍ଜନ ଡାକରା ସ୍ୱତ୍ତ୍ୱେ କଡାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଆଜି ନିର୍ବାଚନ ଶେଷ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନର ୧୩ଜଣ ବିଧାୟକ ପ୍ରାର୍ଥୀଙ୍କ ଙ୍କ ଭାଗ୍ୟ ଆଜି ଇଭିଏମ ମେସିନରେ ସିଲ ହୋଇରହିଛି। ମାଲକାନଗିରି ବିଧାନସଭା ଆସନରୁ ବିଜେଡି, କଂଗ୍ରେସ ଓ ବିଜେପି ଦଳ ର ପ୍ରାର୍ଥୀ ଙ୍କ ମଧ୍ୟରେ ତ୍ରୀମୁଖି ଲଢେଇ ହୋଇଥିବାବେଳେ ଚିତ୍ରକୋଣ୍ଡା ବିଧାନସଭା ଆସନରେ କଂଗ୍ରେସ, ବିଜେଡି, ବିଜେପି ଓ ସ୍ୱାଧିନ ପ୍ରାର୍ଥୀ ଙ୍କ ମଧ୍ୟରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିବାର ଜଣାପଡିଛି। ଆଜି ସକାଳ ୭ଟା ଠାରୁ ବିଭିନ୍ନ ବୁଥରେ ମତଦାନ ଦେବାପାଇଁ ଭୋଟଚର ମାନେ ଆଗ୍ରହ ସହକାରେ ଲମ୍ବାଧାଡିରେ ଠିଆହୋଇ ରହିଥିବାର ଦେଖିବାକୁ ମିଳିଥିଲା। ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନର ୫୦ଟିରୁ ଉର୍ଦ୍ଦ୍ୱ ବୁଥରେ ଇଭିଏମ ମେସିନ ରେ ଯାନ୍ତ୍ରିକତୃଟି ଯୋଗୁଁ ମତଦାନରେ ବିଳମ୍ବ ହେବାରୁ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖଇରପୁଟ ବ୍ଲକ ମୁଦୁଲିପଡା ଓ ଅଣ୍ଡ୍ରାହଲ ପଞ୍ଚାୟତ ବଣ୍ଡାଘାଟିରେ କେତେକ ବୁଥରେ ଇଭିଏମ ମେସିନ ଅଚଳ ହୋଇଯାଇଥିଲେ ମଧ୍ୟ ଭୋଟଦେବାର ଆଗ୍ରହ ଥିବାରୁ ଲମ୍ବାଧାଡିରେ ଆଦିମ ବଣ୍ଡାଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷମାନେ ଭୋଟଦେବା ପାଇଁ ଜଗି ରହିଥିବାର ଦେଖିବାକୁ ମିଳିଥିଲା। ଛତିଶଗଡ ସୀମାନ୍ତ ତଣ୍ଡିକି ପଞ୍ଚାୟତ ଚିଡିପାଲି ଭୋଟକେନ୍ଦ୍ରରେ ଆଦିବାସୀ ବୃଦ୍ଧା, ମହିଳା, ପୁରୁଷମାନେ ଭୋଟ ଦେବାପାଇଁ ଆଗ୍ରହ ସହକାରେ ଲମ୍ବାଧାଡିରେ ଛିଡାହୋଇଥିବାର ଦେଖିବାକୁ ମିଳିଛି। ମାଥିଲି ବ୍ଲକସ୍ଥ କରାପାଲି, ବଡ କରାପାଲି ଗ୍ରାମବାସୀଙ୍କ ଭୋଟକେନ୍ଦ୍ରର ଦୂରତା କୁନେଇ ଦୁଇଟି ଗ୍ରାମର ୧୨୦୦ଭୋଟର ଭୋଟ ବର୍ଜନ କରିଛନ୍ତି। ଯିଏ ଭୋଟଦେବ ତା ଆଙ୍ଗୁଠି କାଟିଦିଆଯିବ ବୋଲି ମାଓବାଦୀ ମାନେ ଧମକ ଦେଇଥିବାରୁ ମାଥିଲିବ୍ଲକସ୍ଥ ଟେମୁରପାଲି, ଧାକଡରାଶି ଦୁଇଟି ଭୋଟକେନ୍ଦ୍ରରେ ମତଦାନ ହୋଇନଥିବାର ଜଣାପଡିଛି। ଏମଭି୧୪ଗ୍ରାମ ବୁଥରେ ଇଭିଏମ ମେସିନ ଅଚଳ ହେବାରୁ ଗ୍ରାମବାସୀ ମାନେ ଉତ୍ୟକ୍ତହୋଇ ଟାୟାର ଜାଳି ରାସ୍ତାରୋକ କରି ବା ଘଟଣାକୁ ଛାଡିଦେଲେ ପ୍ରାୟ ଏକରକମର ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ହୋଇ ହୋଇଥିବାର ଜଣାପଡିଛି। ବିଶେଷ କରି ମାଓବାଦୀଙ୍କ ଭୟରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ କାଲିମେଳା ବଡିଗେଟା ପଞ୍ଚାୟତ ବାସୀ ମତଦାନରୁ ବଚିଂତ ହୋଇଆସୁଥିଲେ। ଚଳିତ ନିର୍ବାଚନରେ ସେମାନଙ୍କୁ ସୁରକ୍ଷା ଯୋଗଇ ଦିଆ ଯାଇଥିବାରୁ ନିର୍ଭୟରେ ବୁଥକୁ ଆସି ଲମ୍ବା ଧାଡିରେ ଠିଆ ହୋଇ ମତଦାନ ଦେଇଛନ୍ତି। ଭୋଟ ବର୍ଜନ ପାଇଁ ମାଓବାଦୀମାନେ ଗତ କିଛି ଦିନ ହେଲା ମାଲକନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ପୋଷ୍ଟୋର ଲଗାଇ ଗ୍ରାମବାସୀମାନଙ୍କୁ ଭୟଭୀତ କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର କଡା ସୁରକ୍ଷା ମଧ୍ୟରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଭୋଟ ହୋଇପାରିଛି। ଏହି ଦୁଇଟି ଆସନପାଇଁ ମୋଟ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ରରହିଛି।

ଉଭୟ ନିର୍ବାଚନ ମଣ୍ଡଳୀରେ ୨୦୦ଟି ମାଓପ୍ରବଣ ଓ ସମ୍ବେଦନଶୀଳ ଓ ୧୮୯ଟି ଅତି ସମ୍ବେଦନଶିଳ ଭୋଟ କେନ୍ଦ୍ର ଚିହ୍ନଟ କରାଯାଇଥିଲା, ମାଲକାନଗିରି ଜିଲ୍ଲାରେ ୪୨୦୩୫୮ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୨୦୪୮୩୯ ଜଣ, ମହିଳା ଭୋଟର ୨୧୩୬୯୮ ଜଣ ଓ ତୃତୀୟ ଲିଙ୍ଗ ଭୋଟର ୨୦ଜଣ ଅଛନ୍ତି, ଏହି ଭୋଟରଙ୍କ ମଧ୍ୟରୁ ୪୪୫୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଭିନ୍ନକ୍ଷମ ଓ ବରିଷ୍ଟନାଗରିକ ଭୋଟର ମାନଙ୍କ ପାଇଁ ବିଭିନ୍ନ ବୁଥରେ ରାମ୍ପ, ହ୍ୱିଲ୍ ଚେୟାର ସହ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ସେମାନଙ୍କୁ ସ୍ୱେଚ୍ଛାସେବୀମାନେ ଭୋଟ କେନ୍ଦ୍ରକୁ ନେବା ଆଣିବା କରିଥିଲେ। ଓ ଦିବ୍ୟାଙ୍ଗ ଭୋଟର ମାନଙ୍କ ମତଦାନ ପ୍ରତି ଆଗ୍ରହ ସୃଷ୍ଟିକରିବା ପାଇଁ ଭୋଟ କେନ୍ଦ୍ରରେ ସେମାନଙ୍କୁ ଗୋଲାପ ଫୁଲ ଉପହାର ଦିଆାଇଥିଲା, ସ୍ୱଚ୍ଛ, ମୁକ୍ତ, ଅବାଧ, ଶାନ୍ତିଶୃଙ୍ଖଳାର ଭାବେ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ମାଓ ପ୍ରବଣ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ବୁଥରେ ୧୧ କମ୍ପାନୀ ବିଏସଏଫ ଜବାନ, ୯ କମ୍ପାନୀ ଅର୍ଦ୍ଧସାମରୀକ ବଳ ଓ ଡିଭିଏଫ, ଆଇଆରବି, ଏସଓଜି ୭୦୦ ପୁଲିସ କର୍ମଚାରୀ ଙ୍କ ର କଡାସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଭାବେ ଦୁଇଟି ହେଲିକେପ୍ଟର ନିୟୋଜିତ କରାଯାଇଥିଲା। ସହରାଞ୍ଚଳରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଗ୍ରାମାଞ୍ଚଳ ଗୁଡିକରେ ପ୍ରାୟ ୩୦ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ମାଲକାନଗିରି ଜିଲ୍ଲାର ଦୁଇଟି ବିଧାନସଭା ଓ ନବରଂଗପୁର ଲୋକସଭା ଆସନପାଇଁ ଆଜି ମାଲକାନଗିରି ଜିଲ୍ଲାରେ କଡା ପୋଲିସ ସୁରକ୍ଷାବଳୟ ମଧ୍ୟରେ ନିର୍ବାଚନ କରା ଯାଇଛି। ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳର ବୁଥଗୁଡିକର ଇଭିଏମ ମେସିନ ଓ ପୋଲିଂ ପାର୍ଟିଙ୍କୁ ସ୍ୱତନ୍ତ୍ର ହେଲିକେପ୍ଟେର ମାଧ୍ୟମରେ ଜିଲ୍ଲା ସଦର ମହକୁମାକୁ ଆଣା ଯିବାର ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଛି। ଚିତ୍ରକୋଣ୍ଡା ବିଧାନ ସଭା ପାଇଁ ଏକ ହେଲିକେପ୍ଟର ଓ ମାଲକାନଗିରି ବିଧାନସଭା ଅଞ୍ଚଳପାଇଁ ଏକ ହେଲିକେପ୍ଟର ଯୋଗାଇ ଦିଆ ଯାଇଥିଲା।ଏହି ଦୁଇଟି ହେଲିକେପ୍ଟେରରେ ବରିଷ୍ଟ ସୁରକ୍ଷା କର୍ମିମାନେ ଆକାଶମାର୍ଗରୁ ସମସ୍ଥ ଭୋଟ କେନ୍ଦ୍ର ଉପରେ ନଜର ରଖି ପଇଁତରା ମାରିଥିଲେ। ମାଲକାନଗିରି ଜିଲ୍ଲାର ଅଧିକାଂଶ ବୁଥ ଗୁଡିକ ମାଓପ୍ରବଣ ଓ ଅତ୍ୟନ୍ତ ଦୃର୍ଗମ ବିଛିନ୍ନାଞ୍ଚଳ ହୋଇଥିବାରୁ ଫୋନ କିମ୍ବା ଯୋଗା ଯୋଗ ହୋଇପାରୁନଥିବାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ସଠିକ ବିବରଣୀ ଜିଲ୍ଲା ସଦରମହକୁମା ଠାରେ ପହଁଚି ପାରିନାହିଁ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.