Home ଜିଲ୍ଲା ପରିକ୍ରମା ନିଖୋଜ ମାନସିକ ଅସୁସ୍ଥ ଯୁବକଙ୍କୁ ପରିବାରକୁ ଫେରାଇଲା ପିପୁଲ୍ସ ଫୋରମ୍‌ର ମା.ମି ଭଦ୍ରକ ଟିମ୍

ନିଖୋଜ ମାନସିକ ଅସୁସ୍ଥ ଯୁବକଙ୍କୁ ପରିବାରକୁ ଫେରାଇଲା ପିପୁଲ୍ସ ଫୋରମ୍‌ର ମା.ମି ଭଦ୍ରକ ଟିମ୍

4

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗରସ୍ଥିତ ଆଇଆଇସି କମ୍ପେ୍ଲକ୍ସ ପରିସରରେ କାର୍ଯ୍ୟରତ ପିପୁଲ୍ସ ଫୋରମ୍‌ର ମା.ମି (ମିଶନ ଆଶ୍ରା ଫର ମେଂଟାଲି ଇଲ୍‌) ପ୍ରକଳ୍ପ ଦ୍ୱାରା ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ ସଫଳତାର ସହ ତାଙ୍କ ନିଜ ପରିବାର ନିକଟରେ ପହଂଚାଯାଇଛି। ମିଳିଥିବା ଖବର ମୁତାବକ, ଉକ୍ତ ବ୍ୟକ୍ତି ଜଣକ ବିହାରସ୍ଥିତ ନିଜ ବାସଭବନରୁ ବିଗତ ୫ ମାସ ହେବ ନିଖୋଜ ହୋଇଯାଇଥିଲେ। କୌଣସି କ୍ରମେ ସେ ଧାମନଗରସ୍ଥିତ ମା.ମି ସଂସ୍ଥା ଆଶ୍ରୟସ୍ଥଳୀକୁ ଆସିଥିଲେ। ସେଠାରେ ଦୀର୍ଘ ଏକ ମାସ ଧରି ତାଙ୍କୁ ଉପଯୁକ୍ତ ସେବା, ଯତ୍ନ, ସୁରକ୍ଷା ଏବଂ ଥଇଥାନ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା।ଏକ ଏନଜିଓ ସଂସ୍ଥା ମା.ମି ଭଦ୍ରକ ଟିମ୍‌ର ଅକ୍ଳାନ୍ତ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିପାରିଥିଲା। ନଭେମ୍ବର ୨୬ ଗତ ଗୁରୁବାର ଦିନ ଭଦ୍ରକର ସ୍ମିତା ମାଝୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ମହତ୍ କାର୍ଯ୍ୟ ମାନବିକତା, ଦୟା ଓ ସାମାଜିକ କର୍ତବ୍ୟବୋଧର ଏକ ନିଆରା ନିଦର୍ଶନ ପାଲଟିଛି। ମାନସିକ ରୋଗୀ ତଥା ଅସହାୟ ବ୍ୟକ୍ତିଙ୍କ ସେବା ଓ ସେମାନଙ୍କୁ ନିଜ ପରିବାର ସହ ଯୋଡ଼ିବା ଦିଗରେ ପିପୁଲ୍ସ ଫୋରମ୍‌ର ମା.ମି ଭଦ୍ରକ ପ୍ରକଳ୍ପର ଏହି ଉଦ୍ୟମ ପ୍ରଶଂସନୀୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.