Home ଜିଲ୍ଲା ପରିକ୍ରମା ଅଧିବକ୍ତା ପରିଷଦ ଭଦ୍ରକ ପକ୍ଷରୁ ସମ୍ବିଧାନ ଦିବସ ପାଳିତ,ସମ୍ବିଧାନ ପଢ଼ିଲେ ଜାଣିଲେ ସଚେତନ ହେଲେ ଆମେ...

ଅଧିବକ୍ତା ପରିଷଦ ଭଦ୍ରକ ପକ୍ଷରୁ ସମ୍ବିଧାନ ଦିବସ ପାଳିତ,ସମ୍ବିଧାନ ପଢ଼ିଲେ ଜାଣିଲେ ସଚେତନ ହେଲେ ଆମେ ଓ ଆମ ଦେଶ ଆଗେଇବ

3

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘସଭା ଗୃହରେ ଅଧିବକ୍ତା ପରିଷଦ, ଭଦ୍ରକ ଜିଲ୍ଲା ତରଫରୁ ” ସମ୍ବିଧାନ ଦିବସ ‘ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଅଧିବକ୍ତା ପରିଷଦ, ଭଦ୍ରକ ଜିଲ୍ଲାର ସଭାପତି ଆଡ଼ଭୋକେଟ ଆଦିତ୍ୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ଆଡିସନାଲ ଆଡ଼ଭୋକେଟ ଜେନେରାଲ, ପୂର୍ବପ୍ରାନ୍ତ ସମର୍କ ପ୍ରମୁଖ, ଓଡ଼ିଶା ପ୍ରଦେଶ, ପୂର୍ବତନ ରାଜ୍ୟ ସମ୍ପାଦକ ଅଧିବକ୍ତା ପରିଷଦ, ଓଡିଶା ପ୍ରଦେଶ ତଥା ସ୍ତମ୍ଭକାର ସର୍ବେଶ୍ୱର ବେହେରା ଯୋଗଦାନ କରି ନିଜ ଆଚରଣ ଓ ଉଚ୍ଚାରାଣରେ ପରିବର୍ତନ ଏବଂ ସମ୍ବିଧାନର ବିଭିନ୍ନ ମୂଲ୍ୟବାନ ଆର୍ଟିକିଲି ଗୁଡିକୁ ପଢ଼ି ଜାଣିବା ସହିତ ମୌଳିକ ଅଧିକାର ଗୁଡ଼ିକୁ କାର୍ଯ୍ୟରେ ଲଗାଇବା ପାଇଁ ଉପସ୍ଥିତ ଶତାଧିକ ଅଧିବକ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଓକିଲ ସଂଘର ସଭାପତି ଅରୁଣ କୁମାର ଚାନ୍ଦ, ସମ୍ପାଦକ ପୂର୍ବଚନ୍ଦ୍ର ମହାନ୍ତି , ଭଦ୍ରକ ସ୍ପେସିଆଲ ପୋସ୍କୋ ଅଦାଲତରେ କାର୍ଯ୍ୟରତ ସ୍ପେସିଆଲ ପି. ପି. ନିତ୍ୟାନନ୍ଦ ନାୟକ ସମ୍ମାନିତ ଅତିଥିଭାବେ ମଂଚାସିନ ହୋଇ ସମ୍ବିଧାନର ବିଭିନ୍ନ ଆର୍ଟିକିଲ ଉପରେ ଆଲୋକପାତ କରିଥିଲେ । ଅଧିବକ୍ତା ପରିଷଦ, ଭଦ୍ରକ ଜିଲ୍ଲା ଉପ – ସଭାପତି ତୁଷାରକାନ୍ତ ଦାସଙ୍କ ସମେତ ପରିଷଦର ଅଧିବକ୍ତା ସରୋଜ ତପନ ଦାସ, ସଞ୍ଜୟ କୁମାର ମହାନ୍ତି,ସନ୍ତୋଷ ଦାସ, ପ୍ରଦୀପ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ଦୀପକ କୁମାର ବଳ ଗିରିଜା ଶଙ୍କର ଦାସ, ସଂଜୀବ କୁମାର ମହାପାତ୍ର, ସତ୍ୟ ନାରାୟଣ ପଣ୍ଡା, ଅଞ୍ଜୁବାଳା ରାଉତ, ସ୍ୱପ୍ନା ରାଣୀ ମହାପାତ୍ର, ମାଧବ ନାୟକ, ମାଧବାନନ୍ଦ ଦାସଙ୍କ ସମେତ ବନ୍ତ, ବାସୁଦେବପୁର ଓ ଚାନ୍ଦବାଲିର ଅଧିବକ୍ତା ଭାଇ ଓ ଭଉଣୀ ମାନଙ୍କ ସକ୍ରିୟ ସହଯୋଗ ଓ ସଂଯୋଜନାରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ଅଧିବକ୍ତା ପରିଷଦ, ଭଦ୍ରକଜିଲ୍ଲାର ଷ୍ଟଡି ସର୍କଲ ଦାୟିତ୍ୱରେ ଥିବା ଅଧିବକ୍ତା ବନମାଳୀ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଧାନ କରିଥିଲେ । ଅଧିବକ୍ତା ପରିଷଦ, ଭଦ୍ରକ ଜିଲ୍ଲା ସମ୍ପାଦକ କାଁହୁ ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.