Home ଜିଲ୍ଲା ପରିକ୍ରମା ସମାଜସେବୀ ଲଷ୍ମୀକାନ୍ତ ମଲ୍ଲିକଙ୍କ ୧ମ ଶ୍ରାଦ୍ଧ ବାର୍ଷିକ,ସମାଜର ହିତକାରୀ ମଣିଷ ସମସ୍ତଙ୍କର ସ୍ମରଣୀୟ ହୋଇ ରହିଥାନ୍ତି

ସମାଜସେବୀ ଲଷ୍ମୀକାନ୍ତ ମଲ୍ଲିକଙ୍କ ୧ମ ଶ୍ରାଦ୍ଧ ବାର୍ଷିକ,ସମାଜର ହିତକାରୀ ମଣିଷ ସମସ୍ତଙ୍କର ସ୍ମରଣୀୟ ହୋଇ ରହିଥାନ୍ତି

3

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସୟା ପଞ୍ଚାୟତ ଅଧୀନ ମଥୁରାପୁର ଗ୍ରାମର ସମାଜସେବୀ ଲଷ୍ମୀକାନ୍ତ ମଲ୍ଲିକଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ସମାରୋହ ଲଷ୍ମୀକାନ୍ତ ସ୍ମୃତିସଂସଦ ପକ୍ଷରୁ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଶିକ୍ଷାବିତ ଅକ୍ଷୟ କୁମାର ବାରିକ ପୌରୋହିତ୍ୟ କରିଥିଲେ।ଏଥିରେ ମୁଖ୍ୟଅତିଥି ଭାବେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଯୋଗଦେଇ ଆଜିର ସମାଜରେ ଲୋକମାନେ ନିଜ ପରିବାର କଥା ଚିନ୍ତା କରୁଥିବା ବେଳେ ସ୍ୱର୍ଗତ ଲଷ୍ମୀକାନ୍ତ ଲୋକମାନଙ୍କ କଥା ଚିନ୍ତାକରୁଥିଲେ। ଯେଉଁମାନେ ସମାଜର ଲୋକ ମାନଙ୍କର କଥା ଚିନ୍ତାକାରନ୍ତି ସେମାନେ ସମସ୍ତଙ୍କର ସ୍ମରଣୀୟ ହୋଇରହିଥାନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସୁରେନ୍ଦ୍ର ନାୟକ ଯୋଗଦେଇ ସ୍ୱର୍ଗତ ଲଷ୍ମୀକାନ୍ତ ଏ ଅଞ୍ଚଳର ବିକାଶ ଉପରେ ଦୃଷ୍ଟି ଦେଉଥିଲେ। ସେ ପରୋପକାରୀ ଭାବେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଇଂ ଅଭୟ ସୂତାର, ଡା. ଅନୀଲ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ପ୍ରେମାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସମାଜପ୍ରତି ଉତ୍ସାର୍ଗୀକୃତ ଜୀବନ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଶ୍ରଦ୍ଧାଞ୍ଜଳି ପତ୍ରିକା “ସ୍ମୃତିରେ ସ୍ମୃତିରେ ଲଷ୍ମୀକାନ୍ତ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍ମୃତି ପତ୍ରିକାର ସମ୍ପାଦକ ବାବୁରାମ ରାଉତ ଓ ସହ ସମ୍ପାଦକ ଶଶିକାନ୍ତ ବେହେରା ପତ୍ରିକା ଉପରେ ଆଲୋଚନା କରିଥିଲେ। ତିହିଡି କଳିଙ୍ଗ କଳାକାର ସଂଘ ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ ଅତିଥି ପରିଚୟ ପ୍ରଦାନକରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ମହେନ୍ଦ୍ର ପ୍ରସାଦ ନାୟକ, ଶଶଧର ନାୟକ, ତ୍ରିଲୋଚନ ମଲ୍ଲିକ, ବିପିନ ମଲ୍ଲିକ, ନିରାକାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟଅତିଥି ମଣ୍ଡଳ ଅନାବରଣ କରିଥିଲେ। ବଡ଼ପୁଅ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କୃତଜ୍ଞତା ଜ୍ଞାପନ କରିଥିଲେ। ସଂସଦର କର୍ମକର୍ତ୍ତା ଶରତ ମଲ୍ଲିକ, ଭାସ୍କର ଚନ୍ଦ୍ର ମଲ୍ଲିକ, ପ୍ରିୟଦର୍ଶନୀ ନାୟକ, ଶୁଭଲଷ୍ମୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.