Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

3

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧିନସ୍ତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚୁନଟିରେ ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମହାରଣାଙ୍କ ଅଧ୍ୟକ୍ଷତାେ ରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ରୂପେ ମୁରଲୀଧର ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା ,ମୂଖ୍ୟ ବକ୍ତା ଭାବେ ନଦୀଗାଁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ବାରିକ ,ସମ୍ମାନିତ ଅତିଥି ଭାବେ ବଣିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମଲ୍ଲିକ ,ଚରମ୍ପା ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ପାତ୍ର , ଝଝଝଝ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୁଲ୍ୟ କୁମାର ନାୟକ ,ବିଚାରକ ରୂପେ ବାଳିକା ବିଦ୍ୟାଳୟ ଚରମ୍ପା ର ବିଜ୍ଞାନ ଶିକ୍ଷୟିତ୍ରୀ ରାଜଳଷ୍ମୀ ସ୍ୱାଇଁ ବଣିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅନନ୍ତ ବାରିକ ଓ ଉପସଭାପତି ଶାନ୍ତିଲତା ମିଶ୍ର ଯୋଗ ଦେଇଥିଲେ ।ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ ।ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ସାଇଲଷ୍ମୀ ନାୟକଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କୁ ଫୁଲତୋଡା ଓ ଉତରିଅ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥଲା । ଉକ୍ତ ବିଜ୍ଞାନ ମେଳାଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶୁଭଲଷ୍ମୀ ଦାସ,କାଦମ୍ବିନୀ ଜେନା,ରୂପାଲି ମଧୁଛନ୍ଦା ଜେନା,ସସ୍ମିତା ବେହେରା ,କଳ୍ପନା ପାତ୍ର , ତନୁଶ୍ରୀ ନାୟକ ,ନିବେଦିତା ନାୟକ,ରିତାରାଣୀ ନାୟକ,ପ୍ରିୟମ୍ବଦା ପ୍ରିୟଦର୍ଶନୀ ପାଣି ,ଜୟନ୍ତୀ ମାଝୀ ,ସୁରେଶ ସେଠି ,ବିନୀତ ମଲ୍ଲିକ ,ସେକ ମଇଉଦିନ ,ଶ୍ରୀକାନ୍ତ ଦାଶ ସହଯୋଗ କରିଥିଲେ । ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ୬୦ଟି ପ୍ରକଳ୍ପରୁ କନିଷ୍ଠ ବିଭାଗରୁ ଶ୍ରେଷ୍ଠ ତିନୋଟି ଓ ବରିଷ୍ଠ ବିଭାଗରୁ ଶ୍ରେଷ୍ଠ ତିନୋଟି ବଛା ଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଲଷ୍ମୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.