Home ଜିଲ୍ଲା ପରିକ୍ରମା ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତ୍ୱାରିଂଶତମ ବିଦ୍ୟାଳୟ ସ୍ତରୀୟବାର୍ଷିକ କ୍ରୀଡ଼ା

ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତ୍ୱାରିଂଶତମ ବିଦ୍ୟାଳୟ ସ୍ତରୀୟବାର୍ଷିକ କ୍ରୀଡ଼ା

5

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆ ବଜାର, ଭଦ୍ରକର ଚତ୍ୱାରିଂଶତମ ବାର୍ଷିକ କ୍ରୀଡ଼ା ବାଗୁରାଇ ସ୍ଥିତ ବାଗୁରାଇ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ଜିଲ୍ଲାର ଡିଏସ୍‌ଓ ରମେଶ ଚନ୍ଦ୍ର ମହାନ୍ତି ଦୀପ ପ୍ରଜ୍ୱଳନ କରିଥିଲେ । ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ପରିଚାଳନା ସମିତିର ସଭାପତି ବ୍ରଜ କିଶୋର ବଳ, ସମ୍ପାଦକ ବିଭୁଚନ୍ଦନ ଜେନା, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ସଦସ୍ୟ ସର୍ବେଶ୍ୱର ମହାପାତ୍ର, ସଦସ୍ୟା ରୀନାରାଣୀ ଯେନା ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ କାଳିକିଙ୍କର ନାୟକ ଧ୍ୱଜାରୋହଣ ଓ ଧ୍ୱଜ ପ୍ରଣାମ କରିଥିବା ବେଳେ ଧ୍ୱଜ ପ୍ରଜ୍ୱଳନ ଅଭୟ ପଣ୍ଡା ଗୁରୁଜୀ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ସ୍ୱତନ୍ତ୍ର ବର୍ଗ ଭାଇ : ୪୦ ଓ ଭଉଣୀ : ୮୦, ଶିଶୁ ବର୍ଗ ଭାଇ : ୯୦ ଓ ଭଉଣୀ : ୧୮୫, ବାଲ୍ ବର୍ଗ ଭାଇ : ୧୮୨ ଓ ଭଉଣୀ ୧୨୦, କିଶୋର ବର୍ଗ ଭାଇ : ୫୯ ଓ ଭଉଣୀ : ୪୭ ଏହିପରି ମୋଟ ୮୩୦ ରୁ ଉର୍ଦ୍ଧ୍ୱ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ । ବାର୍ଷିକ କ୍ରୀଡ଼ାର ଦ୍ୱିତୀୟ ଦିବସ ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ଜିଲ୍ଲାର ଈ.ଗ. ବାଗୁରାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଦୀପ ପ୍ରଜ୍ୱଳନ କରିଥିଲେ । ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ପରିଚାଳନା ସମିତି ର ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ, ସମ୍ପାଦକ ବିଭୁଚନ୍ଦନ ଜେନା, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ସଦସ୍ୟ ସର୍ବେଶ୍ୱର ମହାପାତ୍ର, ସଦସ୍ୟା ରୀନାରାଣୀ ଯେନା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଓ ପରିଚାଳନା ସମିତିର ସଦସ୍ୟମାନେ କୃତି ଶିଶୁମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ବୃତ କଥନ ସୁଦର୍ଶନ ଲାହା କରିଥିବା ବେଳେ ଧ୍ୱଜ ପ୍ରଣାମ ଓ ଧ୍ୱଜାବତରଣ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ କାଳିକିଙ୍କର ନାୟକ କରିଥିବା ବେଳେ ଅଭିବାଦନ ସଂଚଳନ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଅଜୟ ଧୂପାଲ ଓ ଧନ୍ୟବାଦ୍ ଅର୍ପଣ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଅନିରୁଦ୍ଧ ପାଢ଼ୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.