ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ମେଘାକଲ୍ୟାଣ ମଣ୍ଡପରେ ରାଜ୍ୟ ଟାଇକୋଣ୍ଡୋ ଖେରୋଗୀ ରେଫେରି ସେମିନାର ଆଜି ଅନୁଷ୍ଠିତ ହୋଇ ଯାଇଛି। ଟାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶାର କାର୍ଯ୍ୟକାରୀ ସଭାପତି ଅଧିବକ୍ତା ଜାତିକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସେମିନାରକୁ ମୁଖ୍ୟ ଅତିଥି ଭାବେ ଭାରତୀୟ ଡାକ୍ତର ଆସୋସିଏସନର ସଭାପତି ଡ଼ ହରେକୃଷ୍ଣ ନାୟକ ଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ ଦେବବ୍ରତ ମହାପାତ୍ର, କାର୍ମେଲ ସ୍କୁଲର ଅଧକ୍ଷ୍ୟା ସିଷ୍ଟର ଜସ୍ମିନ, ଅଧିବକ୍ତା ଅତିଶ ବେହେରା, ଅଧିବକ୍ତା ପବନ କୁମାର ଶର୍ମା ଯୋଗ ଦେଇଥିଲେ। ଏହି ସେମନାରରେ ଦକ୍ଷିଣ କୋରିଆରୁ ଆସିଥିବା ଗ୍ରାଣ୍ଡ ମାଷ୍ଟର ଏବଂ ଆନ୍ତର୍ଜାତୀୟ ଟ୍ରେନର ମାଷ୍ଟର ସ୍ୟିଙ୍ଗ କୁକ ଜ୍ୟିଙ୍ଗ ଯୋଗ ଦେଇ ତିରିଶଟି ଜିଲ୍ଲରୁ ଆସିଥିବା ଶତାଧିକ ଟାଇକୋଣ୍ଡୋ ରେଫରିଙ୍କୁ ବିଭିନ୍ନ ପ୍ରକାର ବିଶ୍ୱ ଟାଇକୋଣ୍ଡୋ ସଙ୍ଘର ନିୟମାବଳୀ ୨୦୨୬କୁ ପୁଙ୍ଖାନୁପୁଖ ଭାବେ ବ୍ୟବହାରିଖ କୌଶଳ ଶିଖାଇଥିଲେ। ଟାଓର ରାଜ୍ୟ ସମ୍ପାଦକ ରବିନାରୟଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସେମିନାରକୁ ସଂଘମିତ୍ରା ଦାଶ, ବିଦ୍ୟାଧର ବାରିକ, ଅଜୟ ଧଳ, ଇ ଉତ୍ପଳ କାନ୍ତି ନାୟକ, ଧନେଶ୍ୱର ଜେନା, ଶ୍ରୀକାନ୍ତ ଜେନା, ପ୍ରେମ ଶଙ୍କର ସହଯୋଗ କରିଥିଲେ।








