Home ଜିଲ୍ଲା ପରିକ୍ରମା ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ,୩୫ ସିଫ୍ଟ କାଠ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ

ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ,୩୫ ସିଫ୍ଟ କାଠ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ

4

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବନାଂଚଳ ଅଧୀନ ଧୁଷୁରୀ ଅଂଚଳରେ ବିନା ଲାଇସେନ୍ସରେ ଚାଲୁଥିବା କରତ କଳ ଉପରେ ଶନିବାର ସକାଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ପ୍ରାୟ ୩୫ ସିଫ୍ଟ କାଠ ସହ କରତ କଳର ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ କାଠ ଓ ଯନ୍ତ୍ରାଂଶ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।ଭଦ୍ରକ ଡିଏଫଓ ଅରୁଣ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ରେଞ୍ଜ ଅଫିସର କ୍ଷୀରୋଦ ଚନ୍ଦ୍ର ସିଂଙ୍କ ନେତୃତ୍ୱରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ କରିଥିଲା। ଦୀର୍ଘଦିନ ଧରି ବିନା ଅନୁମତିରେ କରତ କଳ ଚାଲୁଥିବା ନେଇ ଖବର ପାଇବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଚଢ଼ାଉ ବେଳେ କରତ କଳରେ ଥିବା କାଠ ଓ କାଠ କାଟିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଥିଲା।ଏହି ଚଢ଼ାଉରେ ରେଞ୍ଜ ଅଫିସର କ୍ଷୀରୋଦ ଚନ୍ଦ୍ର ସିଂ, ଫରେଷ୍ଟର ବସନ୍ତ ମାଝୀ, ଭଣ୍ଡାରୀପୋଖରୀର ସୂର୍ଯ୍ୟକାନ୍ତ ପଣ୍ଡା, ମଧୁସ୍ମିତା ମହାନ୍ତି ଓ ଦେବାଶିଷ ପଣ୍ଡାଙ୍କ ସମେତ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ, ପ୍ରଦୀପ ନାୟକ, ସୁବାସିନୀ ସ୍ୱାଇଁ, ଲିପିକା ଦାସ, ଧୀରେନ ଜେନା, ମଧୁସ୍ମିତା ଦାସ ଓ ରେବତୀ ତ୍ରିପାଠୀ ସାମିଲ ଥିଲେ। ଏଥିସହ ଧୁଷୁରୀ ଥାନା ପୁଲିସ ମଧ୍ୟ ଚଢ଼ାଉରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.