ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ବସନ୍ତିଆ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି। ୭ଦିନ ବ୍ୟାପି ଏହା ପାଳିତ ହେବାକୁ ଥିବା ବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମଂଚ ପକ୍ଷରୁ ସେବା କାର୍ଯ୍ୟ କରାଯାଉଛି। ଶିବିରକୁ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଉଦ୍ଘାଟନ କରି ଜାଗରଣ ମଂଚର ସେବାକାର୍ଯ୍ୟକୁ ପ୍ରଂଶସା କରି ଯାତ୍ରୀ ମାନଙ୍କୁ ଓ.ଆର୍.ଏସ୍ ଓ ଚକୋଲେଟ ଆଦି ବାଂଟିଥିଲେ। ହିନ୍ଦୁ ଜାଗରଣ ମଂଚର ବନ୍ତ ସଂଯୋଗକ ମଳୟ ପଣ୍ଡାଙ୍କ ତତ୍ୱାବଧାନରେ ବନ୍ତ ସରପଂଚ ଅଶୋକ କୁମାର ସାହୁ,ବସନ୍ତ ବେହେରା,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ,ବିପିନ ନାୟକ,ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ବିଭିନ୍ନ ଦିବସରେ ଉପସ୍ଥିତ ରହି କାର୍ଯ୍ୟକର୍ତାକୁ ଉତ୍ସାହିତ କରିଥିଲେ। ଚିତରଞ୍ଜନ ପତି,ତଥାଗତ ଧଳ, ମୋହନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।








