Home ଜିଲ୍ଲା ପରିକ୍ରମା ହାପି କ୍ଲବ ପକ୍ଷରୁ ରାହାସ ଉତ୍ସବ

ହାପି କ୍ଲବ ପକ୍ଷରୁ ରାହାସ ଉତ୍ସବ

1

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ସ୍ଥିତ ହାପି କ୍ଲବ ଆୟୋଜନରେ ୧୬ତମ ରାହାସ ଉତ୍ସବ ଓ କାର୍ତିକେଶ୍ୱର ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇଛି। ଉଦ୍‌ଘାଟନୀ ଉତ୍ସବର ଆୟୋଜିତ ସଭାକୁ ମୁଖ୍ୟ ପରାମର୍ଶଦାତା ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ କୁମାର ଦାସ,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ଅଞ୍ଜଳି ଖୁଂଟିଆ,ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ଇଂ ପ୍ରମୋଦ କୁମାର ଜେନା,କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ଐତିହାସିକ ଓ କାର୍ତିକେୟଙ୍କ ଜନ୍ମ ଦିବସ ଉପରେ ଆଲୋକପାତ କରିଥିଲେ। କ୍ଲବ ସମ୍ପାଦକ ସତ୍ୟବ୍ରତ ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ମୁଖପତ୍ର ସେବାଶ୍ରୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ସାମାଜିକ ଅନୁଷ୍ଠାନ,ପୂଜ୍ୟପୁଜା ସମ୍ମାନ,ଆମ ମାଟିର ଗୌରବରେ ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସଭାପତି ଅନନ୍ତ ନାରାୟଣ ପାଇକରାୟ,ସମ୍ପାଦକ ସତ୍ୟବ୍ରତ ଜେନା,କୋଷାଧ୍ୟକ୍ଷ ସୁକାନ୍ତ କୁମାର ସାହୁ,ଅଜିତ କୁମାର ଦତ,ସୁବ୍ରତ ମହାପାତ୍ର,ଶେଷଦେବ ମଲ୍ଲିକ,ଦେବବ୍ରତ ସାମଲ,ସୌମ୍ୟରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ। ଏହି ଉତ୍ସବ ପାଇଁ କାର୍ତିକେଶ୍ୱର ଠାକୁର ସାଙ୍ଗକୁ ଦୋଳିି ମିନା ବଜାର ଶୋଭାପାଉଛି। ଦ୍ୱିତୀୟ ଦିବସରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଦିବ୍ୟ ପ୍ରବଚନ ପ୍ରଦାନ କରିଥିବା ବେଳେ ଭକ୍ତିକଣ୍ଠ କାର୍ଯ୍ୟକ୍ରମର କୁନି ଗାଇକା ସାଲିନ ସାମଲ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ଛାତ୍ରବୃତି ପ୍ରଦାନ କରାଯାଇଥିଲା। ଏହି ଉତ୍ସବ ୭ଦିନ ବ୍ୟାପି ଚାଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.