Home ଜିଲ୍ଲା ପରିକ୍ରମା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଚାଷିଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି ଓ କାର୍ଯ୍ୟାଦେଶ

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଚାଷିଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି ଓ କାର୍ଯ୍ୟାଦେଶ

1

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ପରିସରରେ ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାସଂଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋ ମାତାଙ୍କୁ ପୂଜନ ପୂର୍ବକ ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଷି ମାନଙ୍କୁ ସ୍ୱାବଲମ୍ବୀ କରାଉଛନ୍ତି। ଫଳରେ ସରକାରଙ୍କ ପ୍ରୟାସର ସୁଫଳ ଆମେ ପାଉଛୁ। ଆଗକୁ ଚାଷି ମାନଙ୍କ ଅଧିକ ସଂବୃଦ୍ଧି ପାଇଁ ବିଭାଗୀୟ ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଡ଼ିଓ ଶିିତାକାନ୍ତ ରାଉତଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ସୁଶୀଲ କୁମାର ଧଳ ତାଙ୍କ ବକ୍ତବ୍ୟରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ ହାସଲ ପାଇଁ ଗ୍ରାମାଂଚଳର ଲୋକଙ୍କ ଆୟ ଓ ସଂମୃଦ୍ଧି ବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ଉପକୃତ ହେବାକୁ କହିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ,ଜିଲ୍ଲା କୃଷି ଅଧିକାରୀ ଶଶୀ ଭୂଷଣ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଯୋଗମାୟା ସିଂଙ୍କ ମଂଚ ସଂଯୋଜନାରେ ବ୍ଲକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ମୋନାଲିସା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ। ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗର ସଫଳ ଚାଷି ଅଭିରାମ ନାୟକ,ଜୟନ୍ତି ଲେଙ୍କାଙ୍କୁ ଋୁଣଛାଡ଼ ରାଶି,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବିନୋଦିନୀ ଘଡ଼େଇ,ଗୋପାଳ ସେଠୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେହିପରି ମତ୍ସ୍ୟ ସମ୍ପଦ ବିଭାଗର ଅନନ୍ତ ଚରଣ ଜେନା ଓ ମା ତାରିଣୀ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠିକୁ ଋୁଣ ଛାଡ଼ ଏବଂ ସଫଳ ଚାଷି ରମାକାନ୍ତ ସାହୁ,ରବିନାରାୟଣ ନାୟକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାଦବରାଙ୍ଗ ସଂଯୁକ୍ତ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ଶେଷରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଗିତାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ ବିଜୟ କେତନ ପଟ୍ଟନାୟକ,ଡ଼ ଜଗଦିସ୍ ମହାନ୍ତି,ଝାନ୍ସିରାଣୀ ତପସ୍ୱୀ,ନିରାକାର ଜେନା,ଡ଼ ଲିଜାରାଣୀ ପାଢୀ,ଡ଼ ଅନୁଶ୍ରୀ,ପ୍ରାଣୀଧନ ନିରିକ୍ଷକ ପ୍ରିୟବ୍ରତ ରାଉତ,କାହ୍ନୁ ଚରଣ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ। ଏହି ମେଳା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶିତ କରାଯାଇଥିବା ବେଳେ ଚାଷି ମାନଙ୍କୁ ସଚେତନତାର ବାର୍ତା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.