ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ଭଦ୍ରକ ଜିଲ୍ଲାରେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ଫେଲୋସିପ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପାଳନ କରାଯାଇଥିଲା ଏଥିରେ ସହଯୋଗ କରିଥିଲେ ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଏବଂ ଇନରହୁଇଲ ଭଦ୍ରକ । ଏହି ସଭାରେ ବହୁ ମହିଳା ସଂଗଠନ ଓ ଶୁଭମ ନର୍ସିଙ୍ଗ କଲେଜ ଓ ଜାନକୀ ଦେବୀ ନର୍ସିଙ୍ଗ କଲେଜର ଛାତ୍ରୀ ମାନେ ଯୋଗ ଦେଇଥିଲେ ଓ ଠିକ ସନ୍ଧ୍ୟା ୫ ଘଟିକା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଦ୍ୱୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଏଥି ସହିତ ଅନ୍ୟାନ୍ୟ ଅତିଥି ମାନେ ଦ୍ୱୀପ ପ୍ରଜ୍ୱଳନ କରି ସଭା ମଣ୍ଡିତ କରିଥିଲେ ଏହି ସଭାକୁ ସଭାପତିତ୍ୱ କରିଥିଲେ ଫେଲୋସିପର ସଭାପତି ଝରଣା ପଟ୍ଟନାୟକ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାଢ଼ୀ, ଜିଲ୍ଲା ଚିକିତ୍ସକ ଅଧିକାରୀ ସୁଧୀର ରଞ୍ଜନ ନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ସୁବ୍ରତ ବିଶ୍ୱାଳ, ଡାକ୍ତର ପ୍ରଦୀପ ନାୟକ, ଆଶିଆନାର ସମ୍ପାଦିକା ସୋଫିଆ ଶେକ୍, ଗଣତାନ୍ତିକ ମହିଳା ସମ୍ପାଦିକା ସୁରଜିତା ନାୟକ, ଇନରହୁଇଲ ସମ୍ପାଦିକା ପ୍ରଣତି ଦେବୀ ଓ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶକୁନ୍ତଳା ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ମହିଳା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କାରଣ ବଳାତ୍କାର, ଯୌତୁକ ହତ୍ୟା, ଯୌତୁକ ଆତ୍ମହତ୍ୟା ଓ ଯୌତୁକ ନିର୍ଯ୍ୟାତନା ଭଳି କେତେକ ସ୍ତରରେ ମାମଲା ସଂଖ୍ୟା ୨୦୨୩ ତୁଳନାରେ ୨୦୨୫ରେ କମିଥିବା ବେଳେ ମହିଳା ଅପହରଣ, ଶାରୀରିକ ଅସଦାଚାରଣ, ଯୌନ ଉତ୍ପୀଡ଼ନ, ଇଭ୍-ଟିଜିଂ, ପିଛା କରିବା ଏବଂ ଅଣ ଯୌତୁକ ନିର୍ଯ୍ୟାତନା ଭଳି ମାମଲା ସଂଖ୍ୟା ବଢ଼ି ଚାଲିଛି ବିଶେଷ କରି ମହିଳା ଅପହରଣ ମାମଲା ୨୦୨୩ରେ ୫,୬୧୧ ରୁ ବଢ଼ି ୨୦୨୪ରେ ୬,୨୦୭ ଏବଂ ୨୦୨୫ରେ ୭,୩୭୮ରେ ପହଂଚିବା ଚିନ୍ତାର ବିଷୟ ହୋଇଛି । ସେହିପରି ଯୌତୁକ ଜନିତ ଆତ୍ମହତ୍ୟା କ୍ଷେତ୍ରରେ ୨୦୨୩ରେ ୧୦୬ଟି ମାମାଲା ମଧ୍ୟରୁ ଚାର୍ଜସିଟ୍ ୮୨, ଚୁଡ଼ାନ୍ତ ରିପୋର୍ଟ ୧, ଅନ୍ୟାନ୍ୟ ୨ ଓ ୨୧ ଟି ମାମଲା ରୁଜୁ ହୋଇଥିବା ବେଳେ ୫୭ଟିରେ ଚାର୍ଜସିଟ୍ ଓ ୨୪ ଟି ମାମଲା ତଦନ୍ତାଧୀନ ରହିଥିବା ବେଳେ ୨୦୨୫ରେ ୭୭ଟି ମାମଲା ମଧ୍ୟରୁ ଚାର୍ଜସିଟ୍ ୪୯, ଅନ୍ୟାନ୍ୟ ୪ ଓ ୨୪ଟି ମାମାଲା ତଦନ୍ତ ପରିସରଭୁକ୍ତ ରହିଛି । ତଦନ୍ତାଧୀନ ମାମଲା ବୋଝ ବଢ଼ିଥିବା ଉପରୋକ୍ତ ତଥ୍ୟରୁ ଅନୁମେୟ ହୋଇଛି । ପ୍ରାରମ୍ଭରେ ଫେଲୋସିପର ପ୍ରତିଷ୍ଠାତା ଏସ.ଏମ. ଫାରୁକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିମାନେ ସମସ୍ତେ ନାରୀ ନିର୍ଯ୍ୟାତନାର ନିରାକରଣ ଉପରେ ତଥ୍ୟ ଓ ବକ୍ତବ୍ୟ ରଖିଥିଲେ ଏଥି ସହିତ ଫେଲୋସିପର କୁନିକୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ ଓ ସଭା ପରିଚାଳନା କରିଥିଲେ ଚାରୁଲତା ମହାପାତ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଖି ସେଣ୍ଟରର ପରିଚାଳିକା ପୁଷ୍ପାଞ୍ଜଳି ବେହେରା ଓ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ସମସ୍ତ ମହିଳା ଓ ପୁରୁଷ କର୍ମଚାରୀ ମାନେ ସହଯୋଗ କରିଥିଲେ ।








