Home ଜିଲ୍ଲା ପରିକ୍ରମା ରାଜଧାନୀରେ ନଭେମ୍ବର ୨୬ରେ ସମ୍ବିଧାନ ରକ୍ଷା ମାର୍ଚ୍ଚ, ସଫଳତା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି...

ରାଜଧାନୀରେ ନଭେମ୍ବର ୨୬ରେ ସମ୍ବିଧାନ ରକ୍ଷା ମାର୍ଚ୍ଚ, ସଫଳତା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

1

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଆସନ୍ତା ୨୬ ତାରିଖ ରାଜଧାନୀ ଭୁବନେଶ୍ୱର ଠାରେ ବିଶାଳ ସମ୍ବିଧାନ ରକ୍ଷା ମାର୍ଚ୍ଚ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରୁ ବହୁ ସଂଖ୍ୟାରେ କର୍ମୀ ଅଂଶଗ୍ରହଣ କରି ଏହାକୁ ସଫଳ କରିବା ନିମିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଓ ନଗର ସଭାପତି ଓ ଅନ୍ୟାନ୍ୟ ଜିଲ୍ଲା କଂଗ୍ରେସ ପଦାଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ କର୍ମୀ ଉକ୍ତ ମାର୍ଚ୍ଚରେ ଯୋଗଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରୁ ଭୁବନେଶ୍ୱର ଅଭିମୁଖେ ଏକ ବିଶାଳ ବାଇକ ଶୋଭାଯାତ୍ରା ଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଯୁବ, ଛାତ୍ର, ମହିଳା, ରାଜୀବ ଗାନ୍ଧି ପଂଚାୟତରାଜ ସଂଗଠନ, ସେବାଦଳ, କୃଷକ ସେଲ, ଏସସି ଏସଟି ସେଲ ପରି ସମସ୍ତ ଦଳର ଛାମୁଆ ସଂଗଠନର କର୍ମକର୍ତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ସମସ୍ତ ବ୍ଲକରେ ଉକ୍ତ କାର୍ଯ୍ୟକ୍ରମର ସଫଳତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୫ ତାରିଖ ବାଇକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରିବାକୁ ମଧ୍ୟ ନିଷ୍ପତି ହୋଇଥିଲା। ଉକ୍ତ ବୈଠକରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ଅବଦୁଲ ମୋକିତ ଖାନ, ପିତବାସ ଧଳ, ରାଜେନ୍ଦ୍ର ପ୍ରସାଦ ଯେନା, ପ୍ରଦ୍ୟୁମ୍ନ କୁମାର ଦାସ, ରଜନୀକାନ୍ତ ଚାନ୍ଦ, ରମେଶ ଚନ୍ଦ୍ର ନାୟକ, ଅରବିନ୍ଦ ନାୟକ, ସରୋଜ ଦାସ, ସରୋଜ ରାଉଳ, ସୁଭାଶିଶ ମଲ୍ଲିକ, ବଳରାମ ରାଉତ, ବିଜୟ ବାରିକ, ଶର୍ମିଷ୍ଠା ପଣ୍ଡା, ରାଜୁ ପ୍ରସାଦ ରାୟ, ଦିନବନ୍ଧୁ ଦାସ, ରଂଜନ ଯେନା, ଗୟାଧର ସେଠୀ, ପଦ୍ମଲୋଚନ ବେହେରା, ନିମାଇଁ ଚରଣ ଯେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.