Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ସ୍ପୋର୍ଟସ ଉଦଯାପିତ

ବ୍ଲକସ୍ତରୀୟ ସ୍ପୋର୍ଟସ ଉଦଯାପିତ

1

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ମୋ ଭାରତ ବିଭାଗ ତରଫରୁ ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଦୁଇଦିନିଆ ଧାମନଗର ବ୍ଲକସ୍ତରୀୟ କ୍ରୀଡା ମହୋଉତ୍ସବ ଅସୁରାଳିସ୍ଥିତ ଷ୍ଟ୍ରକଚର ପଡିଆରେ ରବିବାର ଉଦଯାପିତ ହୋଇଛି।ଉଦଯାପନୀ ଉତ୍ସବରେ ମୋ ଭାରତର ଜ଼ିଲ୍ଲା ଯୁବ ଅଧିକାରୀ ଫାଉଦ ମହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସରପଂଚ ରାଜେନ୍ଦ୍ର କୁମାର ସାହୁ, ଯୁବ ସାମାଜିକ କର୍ମୀ ସୂରଜ କୁମାର ସାହୁ,ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ରାଉତ,ଶ୍ରୀଜଗନ୍ନାଥ ସେବା ସମିତିର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଯୁବଶକ୍ତିକୁ ସୁସ୍ଥ ସମାଜ ଗଢିବାରେ ସହଭାଗୀତା ରଖିବାକୁ ବକ୍ତବ୍ୟ ରଖିଥିଲେ। ବ୍ଲକସ୍ତରୀୟ କ୍ରୀଡାରୁ ଯେଉଁ ମାନେ ଜ଼ିଲ୍ଲା ସ୍ତରୀୟ କ୍ରୀଡା ପାଇଁ କୃତିତ୍ୱ ହାସଲ କରିଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।ଅଧ୍ୟାପକ ଇଂ କିଶୋର କୁମାର ପୃଷ୍ଟି ଉଦଯାପନି ସଭାରେ ଅଧ୍ୟକ୍ଷତା କରିଥିଲେ। ତରୁଣ ଯୁବ ପରିଷଦର ସଦସ୍ୟ ରଞ୍ଜନ ସାହୁ,ସୁଶାନ୍ତ ସାହୁ, ଚନ୍ଦନ ଜେନା, ବିଟୁ ଦାସ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ।ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ ଖେଳରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.