Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

2

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସୋମବାର ରାମଚନ୍ଦ୍ରପୁର ପଚାଂୟତ କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲାପାଳଙ୍କ ମଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଯୋଗ ଦେଇ ୧୧୧ଟି ଅଭିଯୋଗର ଶୁଣାଣୀ କରିଥିଲେ। ସେଥିମଧ୍ୟରେ ସାମୁହିକ ୧୮ଟି,ବ୍ୟକ୍ତିଗତ ୯୩ ମଧ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ରାଜସ୍ୱ,ସାମାଜିକ ସୁରକ୍ଷା,ଆବାସ,ପାନୀୟଜଳ ଓ ପରିମଳ,ଜନସେଚନ,ଡ୍ରେନେଜ,ରାସ୍ତା ଓ ଗୃହ ନିର୍ମାଣ,ଗ୍ରାମ୍ୟ ଉନ୍ନୟନ,ଆଇନ ଶୃଙ୍ଖଳା ଆଦି ବିଭିନ୍ନ ବିଭାଗର ସମସ୍ୟା ସମ୍ପର୍କରେ ଅଭିଯୋଗ ଥିଲା। ତୁରନ୍ତ ୬ ଗୋଟି ସମସ୍ୟାର ସମାଧାନ ହୋଇଥିବା ବେଳେ ରେଡ଼କ୍ରସ୍ ପାଣ୍ଠିରୁ ତିନିଜଣଙ୍କୁ ୨୧ହଜାର ଟଙ୍କା ଅନୁମୋଦନ କରାଯାଇଛି। ଶିବିରରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ,ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଫୁଲ ସାହୁ,ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ,ଧାମନଗର ଏସ୍‌ଡ଼ିପିଓ ବିଷ୍ଣୁ ଚରଣ ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ,ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାଢୀ,ବିଦ୍ୟୁତ ବିଭାଗର ନିର୍ବାହିଯନ୍ତ୍ରୀ ଉଦୟ ନାରାୟଣ ପାତ୍ର,ଏବିଡ଼ିଓ ମାନସ ରଞ୍ଜନ ଜେନା,ସିଡ଼ିପିଓ ଆଲାଦି ମାରାଣ୍ଡି,ବ୍ଲକ ପଶୁ ଚିକିତ୍ସାଧିକାରୀ ଯୋଗମାୟା ସିଂ,ଦକ୍ଷତା ବିକାଶ ଅଧିକାରୀ ଗାୟତ୍ରୀ ବେହେରା,ବ୍ଲକ ସାମାଜିକ ସୁରକ୍ଷାଧିକାରୀ ପ୍ରକାଶ ସାହୁ,ଯୋଗାଣ ଅଧିକାରୀ ଶୁଭଶ୍ରୀ ଶୁକ୍ଲା,ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିପିଓ ସୁରଥ ବେହେରା,ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀରେ ସହଯୋଗ କରିଥିଲେ। ଶିବିର ପରିଚାଳନାରେ ପୂର୍ବତନ ସରପଂଚ ପୂର୍ଣ୍ଣ ଚନ୍ଦ୍ର ରାଉତ,ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ,ପଚାଂୟତ ନିର୍ବାହି ଅଧିକାରୀ ସୁପ୍ରିୟା ଭୂୟାଁ,ବ୍ଲକ କର୍ମଚାରୀ ମିତ୍ରଭାନୁ ସ୍ୱାଇଁ,ରତ୍ନାକର ଜେନାଙ୍କ ସମେତ ଅନ୍ୟକର୍ମଚାରୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.