ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଲ୍ ଓଡ଼ିଶା ଇପିଏଫ୍ ପେନ୍ସନରର୍ସ ଆସୋସିଏସନ୍ର ସଂଘର ଆହ୍ୱାନକ୍ରମେ ଭଦ୍ରକ ଜିଲ୍ଲା ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସାମନାରେ ଇପିଏଫ୍ ପେନ୍ସନ ଭୋଗୀ ବରିଷ୍ଠ ନାଗରିକମାନଙ୍କର ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାଶାଖା ତରଫରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସର୍ବନିମ୍ନ ମାସିକ ପେନ୍ସନ୍ ନଅ ହଜାର ଟଙ୍କା ସହିତ ମହଙ୍ଗା ଭତା ପ୍ରଦାନ, ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନ୍ସନ ଦେବା ଏବଂ ନିଶୁକଳ୍ପ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏହି ଦାବିପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇପିଏଫ୍ ପେନ୍ସନରର୍ସ ସଂଘର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, ରାଜ୍ୟ କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ସଭାପତି କୁଞ୍ଜବିହାରୀ ନାୟକ, ସଂପାଦକ ଅମୀୟ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ରମେଶ ଚନ୍ଦ୍ର ନାୟକ,ରାଜ୍ୟ କମିଟି ସଦସ୍ୟ ମାୟାଧର ନାୟକ, ଗୋଲଖ ଚନ୍ଦ୍ର ବେହେରା, ମାୟାଧର ପାଣିଗ୍ରାହୀ, ରାମଚନ୍ଦ୍ର ପଣ୍ଡା, ନାରାୟଣ ଚନ୍ଦ୍ର ଦାସ, ନବକିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ବିକ୍ଷୋଭ ସମାବେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଦେଶବ୍ୟାପି ଆନ୍ଦୋଳନକୁ ତିବ୍ରତର କରିବା ଲାଗି ବକ୍ତାମାନେ ଆହ୍ୱାନ ଦେଇଥିଲେ ।







