Home ଜିଲ୍ଲା ପରିକ୍ରମା ଧାମନଗରରେ ଜାତୀୟ ପ୍ରେସ ଦିବସ

ଧାମନଗରରେ ଜାତୀୟ ପ୍ରେସ ଦିବସ

1

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ପ୍ରେସ କ୍ଲବ ପକ୍ଷରୁ ସୋମବାର ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ସ୍ଥାନୀୟ ସାଗର ଭୂୟାଁ ପାର୍କ ନିକଟସ୍ଥ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି କିଷାନ କୁମାର ରାଉତ ପୌରହିତ୍ୟ କରିଥିଲେ।ଉପଦେଷ୍ଟା ଅନିଲ କୁମାର ବାରିକ,ପ୍ରାକ୍ତନ ସଭାପତି ବୈକୁଣ୍ଠ ନାଥ ସାହୁ,ଅନନ୍ତ ନାରାୟଣ ଜେନା,ଦୀନବନ୍ଧୁ ଦାଶ,କୈଳାସ ଗୁପ୍ତା,ଜଗନ୍ନାଥ ବେହେରା,ଅରଜିତ ରାଉଳ,ସରୋଜ ଖୁଂଟିଆ,ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ,ସନ୍ତୋଷ କୁମାର ମହାପାତ୍ର,ଅଭିମନ୍ୟୁ ମଲ୍ଲିକ,ସୁଦୀପ୍ତ ଖଟୁଆ,ବିଭୂତି ଭୂଷଣ ମଲ୍ଲିକ,ତାପସ କୁମାର ସାହୁ,ସେକ ହମିଦ ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ ଡେ ପାଳନ ଉପରେ ଆଲୋକପାତ କରି ବୃତି ପ୍ରତି ନିଷ୍ଠା ନିରପେକ୍ଷତା ନିର୍ଭୀକତା ବଜାୟ ରଖିବା ପାଇଁ ମତ ଦେଇଥିଲେ।କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା ଆଭିମୁଖ୍ୟ ଉପସ୍ଥାପନ ସହିତ ସ୍ୱାଗତ ଭାଷଣ ଦେଇଥିଲେ।ସାଧାରଣ ସମ୍ପାଦକ ସରୋଜ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.