ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସୋସୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଦିବସ ପାଳିତ ହୋଇଯାଇଛି। ସମାଜସେବୀ ଅଶୋକ କୁମାର ରାଉତ ସଭାକୁ ପୌରହିତ୍ୟ କରିଥିଲେ। ସାଧନକେନ୍ଦ୍ର ସଂଯୋଜକ ବୁଦ୍ଧଦେବ ରାଉତ ମୁଖ୍ୟ ଅତିଥି, ସୁକାନ୍ତ କିଶୋର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସ ପାଳନ ନେଇ ମତ ରଖିଥିଲେ। ପ୍ରାରମ୍ଭରେ ସମ୍ପାଦକ ଅଶୋକ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ଆଇଚ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମନ୍ତ କୁମାର ରାଉତ,ଅଶୋକ କୁମାର ସେଣ,ଘନଶ୍ୟାମ ଦାଶ,ମନରଞ୍ଜନ ବିଶ୍ୱାଳ,ଚିନ୍ତାମଣୀ ରଥ,ଜଗଧାତ୍ରୀ କର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସେହିପରି ବନ୍ତ ଶିଶୁ ମନ୍ଦିରରେ ଏହି ଦିବସ ପାଳିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ଦାମୋଦର ନାୟକଙ୍କ ସଂଞ୍ଚାଳନରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି,ଡ଼ଃ ସୁଭେନ୍ଦ୍ର କୁମାର ମିଶ୍ର,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଅଜୟ କୁମାର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁ ଦିବସ ଉପରେ କହିଥିଲେ। ଆଚାର୍ଯ୍ୟ ସତୀଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।








