ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର ଶିଶୁଦିବସରେ ଛଡ଼ାକ ମହଲା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମାନଙ୍କର ଏକ ଶିଶୁ ଚିକିସ୍ଥା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଶିଶୁ ଡାକ୍ତର ଧନଞ୍ଜୟ ପଣ୍ଡା ଓ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା ଶିଶୁମାନଙ୍କର ଚିକିତ୍ସିତ କରି ମେଡ଼ିସିନ ପ୍ରଦାନ କରିଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଡାକ୍ତର ଦ୍ୱୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଚିକିତ୍ସା ପରେ ପରେ ପିଲାମାନଙ୍କୁ ଶ୍ରୀ ପଣ୍ଡାଙ୍କ ତରଫରୁ ଖାତା, ପେନସିଲ, ପେନ, କଲର ଆଦି ବଂଟନ କରିଥିଲେ । ଆଜିର ଏହି ପୋଗ୍ରାମ ରେ ସର୍ବପ୍ରଥମେ ଅନୁଷ୍ଠାନ ପକ୍ଷରୁ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମିଶ୍ର ଚାଚା ନେହେରୁ ଙ୍କ ପ୍ରତୀମୃତିରେ ପୁଷ୍ପ, ଧୂପ, ଦୀପ ଆଦି ପ୍ରଦାନ କରିଥିଲେ । ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ, ଆଂଚଳିକ ସାଧନା ସଂଯୋଜିକା ଶ୍ରଦ୍ଧାଞ୍ଜଳି କର, ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା,ସ୍ୱର୍ଣପ୍ରଭା ତ୍ରିପାଠୀ ମିର ରାକେଶ ରୋଶନ, ସେକ ରିଅଜୁଦ୍ଦିନ,ଜସ୍ମିନ ସାହିନ,ସଭାପତି ସାଲିକ ଖାଁ, ସମାଜସେବି ଏକ୍ରାମ ଅଲି ଖାଁ, ଫିରୋଜ ଖାଁ ସବନମ ଖାତୁନ, ସୁହାନା ବିବି, ଅଫସାନ ପରୱିନ, ମୁସ୍ତରୀ ବିବି ପ୍ରମୁଖ ସହଯୋଗ କରିଥିଲେ ।








