Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ,ସତ ଉପେଯାଗ କରି ନିଜକୁ ତିଆରି କରିବା ପାଇଁ...

ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ,ସତ ଉପେଯାଗ କରି ନିଜକୁ ତିଆରି କରିବା ପାଇଁ ବରିଷ୍ଠ ମାନେ ସମାଜକୁ ପରାମର୍ଶ ଦେବା ଉଚିତ୍ – ବିଧାୟକ

2

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତମାନ ସମୟରେ ଆମେ ସମସ୍ତେ ଦୈନଦିନ ଜୀବନରେ ପଥର ମୂର୍ତିଙ୍କୁ ପୂଜା କରୁଥିବା ବେଳେ ଜୀଅନ୍ତା ଠାକୁର ପିତା ମାତା,ଗୁରୁଜନମାନଙ୍କୁ ଆମେ ଅଣ ଦେଖା କରୁଛେ। ପ୍ରକୃତପକ୍ଷେ ଆମେ ଯଦି ବରିଷ୍ଠ ମାନଙ୍କ ଆର୍ଶିବାଦ ନେଇ କାର୍ଯ୍ୟ କରିବା ତେବେ ସଫଳତା ମିଳିବ ବୋଲି ଆଜି ଭଦ୍ରକ ଜିଲ୍ଲା ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷାମଂଚର ୭ମ ବାର୍ଷିକ ଉତ୍ସବରେ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଏସ୍‌.ପି ମନୋଜ ରାଉତ ମତ ବ୍ୟକ୍ତ କରିଥିଲେ। ଆୟୋଜିତ ସଭାକୁ ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ ଅଧ୍ୟକ୍ଷତା କରିଥିଲେ। ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ ସମୟ,ଅର୍ଥ ଓ କ୍ଷମତା ମଣିଷକୁ ବିପଦଗାମୀ କରାଏ ଏହାର ସତ ଉପେଯାଗ କରି ନିଜକୁ ତିଆରି କରିବା ପାଇଁ ବରିଷ୍ଠ ମାନେ ସମାଜକୁ ପରାମର୍ଶ ଦେବା ଉଚିତ୍‌। ମୁଖ୍ୟ ବକ୍ତା ଭାବେ ଭଦ୍ରକ ଡ଼େପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ କହିଲେ କାଗଜ କଲମରେ ବରିଷ୍ଠ ମାନଙ୍କୁ ଶ୍ରେଷ୍ଠ ବୋଲି ବିଚାର ନକରି ବାସ୍ତବାଭିମୁଖୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି,ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର,ବିଜେଡ଼ି ଭଦ୍ରକ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ଦାଶ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠମାନେ ଆମ ପଥ ପ୍ରଦର୍ଶକ ସେମାନଙ୍କ ମାର୍ଗଦର୍ଶନକୁ ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ମଂଚର ବାର୍ଷିକ ମୁଖପତ୍ର ଅସ୍ତରାଗର ରଙ୍ଗକୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ସାହିତ୍ୟିକ କୃଷ୍ଣଚନ୍ଦ୍ର ଜେନା,ଶିଳ୍ପୀ କର୍ଣ୍ଣ ମାଝି,ସମାଜସେବୀ ନରୋତମ ଦାସ,ସଫଳ ଚାଷି ନାରାୟଣ ଜେନା,ଶିକ୍ଷାବିତ ଫକୀର ଚରଣ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାମଚନ୍ଦ୍ର ଦାସ ଅତିଥିଙ୍କୁ ମଂଚଞ୍ଚ ଆହ୍ୱାନ,ଉପେନ୍ଦ୍ର ଶତପଥି ଅତିଥି ପରିଚୟ,ସମ୍ପାଦକ ରଞ୍ଜନ କୁମାର ଦାସ ବିବରଣୀ ପାଠ ଓ ଶେଷରେ ଚିତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ,ଜଗନ୍ନାଥ ପାଣିଗ୍ରାହି, ସଂଯୋଜକ ଗଦାଧର ବେହେରା,ଶାନ୍ତିଲତା କର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବିଧାୟକ ୫ଲକ୍ଷ ଟଙ୍କା ଅନୁଦାନରେ ନୂତନ ଗୃହର ଶୁଭ ଶିଳାନ୍ୟାସ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.