Home ଜିଲ୍ଲା ପରିକ୍ରମା ଧାମନଗର ବିଜେଡି ସଂଗଠନକୁ ନୂଆ ଦିଶା ଦେବାକୁ ଉଦ୍ୟମ,ପ୍ରଣବ ପ୍ରକାଶ ଦାସଙ୍କ ସହ ଛାତ୍ରନେତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ...

ଧାମନଗର ବିଜେଡି ସଂଗଠନକୁ ନୂଆ ଦିଶା ଦେବାକୁ ଉଦ୍ୟମ,ପ୍ରଣବ ପ୍ରକାଶ ଦାସଙ୍କ ସହ ଛାତ୍ରନେତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

2

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗରରେ ବିଜୁ ଜନତା ଦଳର ସାଙ୍ଗଠନିକ ଭିତିକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ନୂଆ ଉତ୍ସାହ ଓ ଗତିଶୀଳତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଧାମନଗର ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରି ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଛାତ୍ରନେତ୍ରୀ ସ୍ମିତିରେଖା ବେହେରା ଓ କଳ୍ପନା ସାହୁଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ଧାମନଗରରେ ଦଳର ସାଙ୍ଗଠନିକ ସ୍ଥିତି, କର୍ମୀଙ୍କ ମଧ୍ୟରେ ସମନ୍ୱୟ, ଛାତ୍ର ଓ ଯୁବବର୍ଗଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ତୃଣମୂଳ ସ୍ତରରେ ଦଳକୁ ଅଧିକ କ୍ରିୟାଶୀଳ କରିବା ସମ୍ପର୍କରେ ନିଜ ମତ ରଖିଥିଲେ। ଏଥିସହ ଧାମନଗରରେ ଦଳୀୟ ସଂଗଠନର ଆଗାମୀ କାର୍ଯ୍ୟଧାରା ଓ ଭବିଷ୍ୟତ ରଣନୀତି ନେଇ ମଧ୍ୟ ମତବିନିମୟ ହୋଇଥିଲା। ରାଜନୈତିକ ପରିସ୍ଥିତିରେ ତୃଣମୂଳ ସ୍ତରର ସଂଗଠନକୁ ସକ୍ରିୟ ରଖିବା ଏବଂ ଯୁବ ଓ ଛାତ୍ର କର୍ମୀଙ୍କୁ ଅଧିକ ସଂଗଠିତ କରିବା ଉପରେ ଏହି ସାକ୍ଷାତ୍‌ରେ ଗୁରୁତ୍ୱ ରହିଥିଲା। ଧାମନଗରରେ ବିଜେଡି ସଂଗଠନକୁ ଆହୁରି ମଜଭୁତ କରିବା ଦିଗରେ ଏଭଳି ଆଲୋଚନା ସାଙ୍ଗଠନିକ ମହଲରେ ଗୁରୁତ୍ୱ ବହନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.