ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତର ତଗିରା ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଅବିନାଶ ଅବିନାଶ ନାୟକ। ସବୁ ଦିନ ପରି ଗତକାଲି ସ୍କୁଲ ଛୁଟି ପରେ ଅବିନାଶ ନିଜ ସାଇକେଲରେ ନିଜ ଘର ମୁଣ୍ଡମରାକୁ ଫେରୁଥିବା ବେଳେ ତଗିରା ଛକରେ ରାଣୀତାଲରୁ ବାଲିଖଣ୍ଡ ଆଡ଼କୁ ଯାଉଥିବା ଏକ ଦୃତଗାମୀ ଅଟୋ ଅବିନାଶକୁ ପଛରୁ ଧକ୍କା ମାରି ପଳାଇ ଯାଇଥିଲା। ଦୁର୍ଘଟଣାରେ ଅବିନାଶର ଡାହାଣ ହାତର ମଝି ଆଙ୍ଗୁଠିଟି ମାଡ଼ ହୋଇଥିବା ଜଣାପଡିଛି। ରାସ୍ତାରେ ପଡ଼ିଥିବା ପିଲାଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ମୁଣ୍ଡମରାର ମଦନ ମୋହନ ନାୟକ ଙ୍କ ପୁଅ ବୋଲି ଜାଣି ଘରକୁ ଖବର ଦେଇଥିଲେ। ସାଳନ୍ଦୀ କେନାଲ ଡିଭିଜନ ତରଫରୁ ରାଣୀତାଲ ବାଲିଖଣ୍ଡ ରାସ୍ତାର ପାର୍ଶ୍ୱରେ ଥିବା ନୟନଯୋରୀକୁ ସଫା କରି ଅଳିଆ ଓ ପଙ୍କ ରାସ୍ତାରେ ପକାଇଥିବାରୁ ଫୁଟପଥ ବନ୍ଦ ହୋଇ ଯାଇଥବା ଏ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ବଡ଼ ଭାଇ ଉପେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଚରମ୍ପାର କଦଳୀ ବ୍ୟବସାୟୀମାନେ ଆନ୍ଧ୍ରରୁ ଟ୍ରକରେ ଆସୁଥିବା କଦଳୀ ନେବା ପରେ କଦଳୀ ପତ୍ରକୁ ଏହି ରାସ୍ତାର ଦୁଇ ପାର୍ଶ୍ୱରେ କୁଢ଼ କରୁଥିବାରୁ ରାସ୍ତା ସଂକୁଚିତ ହେଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି କଦଳୀ ମାଲିକ ମାନେ ଜାତୀୟ ରାଜପଥ ପାର୍ଶ୍ୱରେ କଦଳୀ ପତ୍ର ଖାଲି କରିଥିବା ଖବର ବାରମ୍ବାର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ସୁରୂପ ଏବେ ସେମାନେ ଲୋକଙ୍କ ରୋଡ଼ ପାଖରେ ଏହି ପତ୍ର କୁଢ଼ କରୁଥିବା ଜଣାପଡିଛି।








