Home ଜିଲ୍ଲା ପରିକ୍ରମା ୫୪ ବର୍ଷରେ ମା’ ଦକ୍ଷୀଣା କାଳୀପୂଜା

୫୪ ବର୍ଷରେ ମା’ ଦକ୍ଷୀଣା କାଳୀପୂଜା

1

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା କଲେଜ ଛକରେ ଚାଲିଥିବା ମା’ଦକ୍ଷିଣା କାଳୀଙ୍କ ପୂଜା ୫୪ ବର୍ଷରେ ପହଂଚିଛି । ୧୯୭୨ ମସିହାରେ ମୁଖ୍ୟତଃ ସାଧକ ଭାବଗ୍ରାହୀ ପଣ୍ଡା,ଗୋବିନ୍ଦ ଚନ୍ଦ୍ର ଦାଶ, ତାରାଚାନ୍ଦ ଗୁପ୍ତା, ପରିକ୍ଷୀତ ଦାସ, ଚୈତନ୍ୟ ଦାସ, ବାସୁଦେବ ପତି, ବେଣୁ ପରୀକ୍ଷା, ମହେଶ୍ୱର ନନ୍ଦ, ପ୍ରଫୁଲ୍ଲ ମହାପାତ୍ର, ପ୍ରଭାକର ବେହେରା, ସୁରେଶ ଗୁପ୍ତା, ଅଜୟ ମଲ୍ଲିକ, ଅଭିରାମ ଶତପଥି, ଗଙ୍ଗାଧର ପତିଙ୍କ ପ୍ରଚେଷ୍ଟାରେ ଏଠାରେ ପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ବରହମପୁରର ମୂର୍ତି କାରିଗର କର୍ଣ୍ଣ ମାଝୀ, ରବିନ୍ଦ୍ର କବି, ଅର୍ନ୍ତଯ୍ୟାମୀ ମାଝୀ, ଧିରେନ୍ଦ୍ର ମଲ୍ଲିକ ଠାକୁର ନିର୍ମାଣ କରିଛନ୍ତି । ପ୍ରଥମ ପୂଜକ ଭାବେ ନୂଆଗାଁ ର ବାଇଧର ପାଣିଗ୍ରାହୀ ଥିବା ବେଳେ ଚଳିତ ବର୍ଷ ସୁଦାମ ପତି, ଅକ୍ଷୟ ପତି ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି । ସାଳନ୍ଦୀ ନଦୀର ବେଲସରପୁର ଘାଟରୁ ଗୟାଧର ପତି, ମହେଶ୍ୱର ଦାସ, ସଂଗ୍ରାମ ସିଂହ, ସୁଦର୍ଶନ ସାହୁ, ଦେବେନ୍ଦ୍ର ପତି ପ୍ରମୁଖ କଳସ ଆଣିଥିଲେ ।ଏଠାରେ ୭ ଦିନ ଧରି ଏହି ପୂଜା ଚାଲୁଥିବା ବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୧୫ ଓ୧୬ ଦୁଇଦିନ ଧରି ଯାତ୍ରା ପରିବେଷଣ ହେବ ବୋଲି ପୂଜା କମିଟିର ମୁଖ୍ୟ ଗୟାଧର ପତି ଜଣାଇଛନ୍ତି । ଏହିପୂଜା ପାଇଁ ବଜାର ଅଚଂଳକୁ ରଙ୍ଗ ବେରଙ୍ଗରେ ସଜ୍ଜା ଯାଇଥିବା ବେଳେ ଆକର୍ଷଣୀୟ ତୋରଣ ମାନ ନିର୍ମାଣ କରାଯାଇଛି ।ଆସନ୍ତା ୧୭ ତାରିଖ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.