Home ଜିଲ୍ଲା ପରିକ୍ରମା ଶିକ୍ଷକ ନେତା ଭାଗିରଥିଙ୍କ ସ୍ମୃତିସଭା

ଶିକ୍ଷକ ନେତା ଭାଗିରଥିଙ୍କ ସ୍ମୃତିସଭା

1

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ରଜ୍ୟ ଶିକ୍ଷକ ସଂଘ ନେତା ଭାଗିରଥି ଖୁଂଟିଆଙ୍କ ଏକାଦଶାହରେ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ବନ୍ତ ବ୍ଲକ ଟିଲୋ କେନାଲ ଛକ ଠାରେ ଅନୁଷ୍ଠିତ ସଭାକୁ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପୌରହିତ୍ୟ କରିଥିଲେ। ଏଥିରେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁଭେନ୍ଦ୍ର କୁମାର ମିଶ୍ର,ଶିକ୍ଷାବିତ ଚର୍ତୁଭୁଜ ପହି,ଲିଙ୍ଗରାଜ ସ୍ୱାଇଁ,ନାରାୟଣ ଚନ୍ଦ୍ର ଲେଙ୍କା,ରଘୁନାଥ ସାହୁ,ଅଜୟ କୁମାର ପୃଷ୍ଟି,ଶିକ୍ଷକ ଗୟାଧର ଦାସ,ଶ୍ରୀକାନ୍ତ କୁମାର ପଣ୍ଡା ପ୍ରମୁଖ ଶ୍ରୀ ଖୁଂଟିଆଙ୍କ ଶିକ୍ଷାଦାନ ସମେତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲେଖ ଚନ୍ଦ୍ର ନାୟକ,ଅଶୋକ ଖିଲାର,ରୋହିତ କୁମାର ଜେନା,ସନାତନ ନାୟକ,ଟିଲୋ ସରପଞ୍ଚ ସଂଗ୍ରାମୀ କେଶରୀ ଜେନା,କବି ଦାଶରଥି ଜେନା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.