Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

0

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପି.ଏମ୍‌.ଶ୍ରୀ ଜନାର୍ଦ୍ଧନ ସରକାରୀ ଉଚ୍ଚ ବିଦ୍ୟାଳୟ ସେଣ୍ଢତିରା ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଯାଇଛି। ଏହି ମେଳାରେ ମୋଟ ୪୫ ଟି ପ୍ରକଳ୍ପ ପ୍ରଦର୍ଶତ ହୋଇଥିଲା। ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକ,ପ୍ରଧାନଶିକ୍ଷକ ବିଶ୍ୱରଞ୍ଜନ ଦାସ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଏ ନେଇ ଅୟୋଜିତ ସଭାକୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ଏଥିରେ ବ୍ଲକ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତି,ଅତିତିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଂଚସଖା ଶିକ୍ଷାସେତୁ ସଭାପତି ଅନାଦି ଚରଣ ସେନାପତି,ଏସ୍‌.ଏମ୍‌.ସି ସଭାପତିି କୃତିବାସ ମୁଦୁଲି,ଉପସଭାପତି ଅଞ୍ଜୁଲତା ମଲ୍ଲିକ ଉପସ୍ଥତି ଥିଲେ। ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ମଂଚ ପରିଚାଳନାରେ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ କୁମାର ଶଙ୍ଖୁଆ,ମାନସୀ ସେଠୀ,ପଦ୍ମାବତୀ ଧଳ,ବବିଲତା ପ୍ରଧାନ,ଅଭିମନ୍ୟୁ ବାରିକ,ଚିନ୍ମୟ ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.