Home ଜିଲ୍ଲା ପରିକ୍ରମା ଚା ପିଇବାକୁ ନେଇ ଝଡ଼ ଓ ଗଣ୍ଡଗୋଳ ଥାନାରେ ଅଭିଯୋଗ

ଚା ପିଇବାକୁ ନେଇ ଝଡ଼ ଓ ଗଣ୍ଡଗୋଳ ଥାନାରେ ଅଭିଯୋଗ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଜାରରେ ଚା’ ପିଉଥିବା ବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କକୁ ପ୍ରତିବାଦ କରିବା ମହଙ୍ଗା ପଡ଼ିଲା। ପ୍ରତିବାଦର ପରିଣାମ ସ୍ୱରୂପ ଗାଳିଗୁଲଜ, ମାଡ଼ ଓ ଶେଷରେ ହତ୍ୟା ଧମକ ମିଳିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଧୁଷୁରୀ ଥାନା ଅନ୍ତର୍ଗତ ବେତାଳୀଗାଁ ବଜାରରେ ଘଟିଥିବା ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି।ସୂଚନା ଥାଉକି ଗତ ୯ ତାରିଖ ସକାଳ ପ୍ରାୟ ୮ ଟା ୩୦ ସମୟରେ ପାଳସାହି ଗ୍ରାମର ଅରୁଣ ଜେନା (୪୬) ଓ ପବନ ସାହୁ ବେତାଳୀଗାଁ ବଜାରର ଏକ ଚା’ ଦୋକାନରେ ବସି ଚା’ ପିଉଥିଲେ। ଏହି ସମୟରେ ଟିକିଆ ଦାସ ପବନ ସାହୁଙ୍କ ସହ କଥାବାର୍ତା ହେଉଥିବା ବେଳେ ସେହି ଗ୍ରାମର କୁଚା ମଲିକ ସେଠାରେ ପହଞ୍ଚି ଟିକିଆ ଙ୍କ ସହ ଯୁକ୍ତିତର୍କ ଓ ପାଟିତୁଣ୍ଡ ଆରମ୍ଭ କରିଥିଲେ। ଏହାକୁ ଅରୁଣ ପ୍ରତିବାଦ କରିବାରୁ ପରିସ୍ଥିତି ଅଧିକ ଉତେଜନାପୂର୍ଣ୍ଣ ହୋଇଥିଲା। କୁଚା ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ଘଟଣାସ୍ଥଳରୁ ଯିବାବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅରୁଣ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ଅରୁଣ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୦୪୮୩/୨୦୨୬ ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୧୨୬(୨), ୧୧୫(୨) ଓ ୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଗଣ୍ଡଗୋଳ ଓ ମାରପିଟ୍ ଘଟଣା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ପୁଲିସ ତଦନ୍ତରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.