Home ଜିଲ୍ଲା ପରିକ୍ରମା ଭଦ୍ରକରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଦତୋପନ୍ତ ଠେଙ୍ଗଡ଼ିଙ୍କ ୧୦୭ତମ ଜୟନ୍ତୀ ପାଳିତ

ଭଦ୍ରକରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଦତୋପନ୍ତ ଠେଙ୍ଗଡ଼ିଙ୍କ ୧୦୭ତମ ଜୟନ୍ତୀ ପାଳିତ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ, ଭଦ୍ରକ ଜିଲ୍ଲା ପକ୍ଷରୁ ସଂଘର ପ୍ରତିଷ୍ଠାତା ଦତୋପନ୍ତ ବାପୁରାଓ ଠେଙ୍ଗଡ଼ିଙ୍କ ୧୦୭ତମ ଜନ୍ମଜୟନ୍ତୀ ଭଦ୍ରକ ଜିଲ୍ଲା ସଂସ୍କୃତି ବିଭାଗ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଭଦ୍ରକ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ସମାଜସେବୀ ଅଜୟ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ସମାଜସେବୀ ଅକ୍ଷୟ ସାହୁ ଉପସ୍ଥିତ ଥିଲେ। ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂପାଦକ ପରେଶ ନାଥ ଧଳ ସଂଯୋଜନାରେ ଜନ୍ମତିଥି ପାଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ବିଶ୍ୱକର୍ମା ମଜଦୁର ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତିଭୂଷଣ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ପାତ୍ର ଏବଂ ଧାମରା ବନ୍ଦର କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଜେନା ଯୋଗଦେଇଥିଲେ। ଏଥିସହ ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତାଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ। ସଭାରେ ଅତିଥିମାନେ ଦତୋପନ୍ତ ବାପୁରାଓ ଠେଙ୍ଗଡ଼ିଙ୍କ ଜୀବନୀ, ତାଙ୍କର ଶ୍ରମିକ ସଂଗଠନ ପ୍ରତି ଅବଦାନ ଏବଂ ଶ୍ରମିକଙ୍କ ଅଧିକାର ଓ ସ୍ୱାର୍ଥ ସୁରକ୍ଷା ଦିଗରେ ତାଙ୍କର ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରମିକଙ୍କ ଏକତା ଓ ସଂଗଠନର ଗୁରୁତ୍ୱ ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ପାତ୍ର ସଭା ସଂଚାଳନ କରିଥିବା ବେଳେ ତପନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.