Home ଜିଲ୍ଲା ପରିକ୍ରମା ଆସନ୍ତା ୧୫ ରେ ସୁରକ୍ଷା ମଂଚର ବାର୍ଷିିକ ଉତ୍ସବ

ଆସନ୍ତା ୧୫ ରେ ସୁରକ୍ଷା ମଂଚର ବାର୍ଷିିକ ଉତ୍ସବ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ସପ୍ତମ ବାର୍ଷର୍ିକ ଉତ୍ସବ ଚଳିତ ମାସ ୧୫ ତାରିଖ କୁଆଁଁଶମଢିିଆସ୍ଥିତ ମଂଚ କାର୍ଯ୍ୟାଳୟରେ ପାଳନ କରାଯିବ । ଏନେଇ ଆଜି ମଂଚ ସମ୍ପାଦକ ରଞ୍ଜନ କୁମାର ଦାସଙ୍କ ଆବାହକତ୍ୱରେ ପ୍ରସ୍ତୁତିି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୈଳାସ ଚନ୍ଦ୍ର ଧଳ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ଉପସଭାପତିି ଚିିତରଞ୍ଜନ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ ବିଷଦ ଆଲୋଚନାରେ ଭାଗ ନେଇଥିଲେ । ଉକ୍ତଦିନ ସକାଳ ୧୦ ଘଟିକାରେ ସାଂଗଠନିକ ଆଲୋଚନା କରାଯିବ । ୧୧ ଘଟିକାରେ ଆୟୋଜିତ ବାର୍ଷିକ ଉତ୍ସବ ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଜେନା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଂଚ ସଭାପତି ଡ. ସୁଧାଂଶୁ ଶେଖର ନାୟକ, ବିଜେଡି ଭଦ୍ରକ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ଦାଶ, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେବା ନେଇ ସ୍ୱୀକୃତି ପ୍ରଦାନ କରିଥିବା ଆଲୋଚନା କରାଯାଇଥିଲା । ସଭାରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ଜେନା, ସଫଳ କୃଷକ ନାରାୟଣ ଚନ୍ଦ୍ର ଜେନା,ମୁର୍ତର୍ିର୍ ିକାରିଗର କର୍ଣ୍ଣ ମାଝୀ, ସମାଜସେବୀ ଫକୀରଚରଣ ବାରିକ, ନରୋତମ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯିବ । କାର୍ଯ୍ୟକ୍ରମର ସଫଳତା ନେଇ ସଭାପତି, ସମ୍ପାଦକ କର୍ମକର୍ତାଙ୍କ ସହଯୋଗ କାମନା କରିଛନ୍ତି । ଆଲୋଚନାରେ ମଦନ ମୋହନ ଦାଶ, ବୈକୁଣ୍ଠ ବିହାରୀ ଦାସ, କାର୍ତିକ ପଣ୍ଡା, ବଳରାମ ପୃଷ୍ଟି, ପିତାମ୍ବର ପତି, ପ୍ରଣୟ ସିଂହ. ରବିନ୍ଦ୍ର ପାଣିଗ୍ରାହୀ, କର୍ଣ୍ଣ ମାଝୀ, ମହେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.