ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ୍ ଅଧିନ ନିଳୋକ ପଚାଂୟତ ଗୋହିରାପଦୀ ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୫ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି । ଏପରିକି ଗୃହ ନିର୍ମାଣ ପାଇଁ ରଖାଯାଇଥିବା ନଦଗ ୨ ଲକ୍ଷ ଟଙ୍କା ଜଳି ଯାଇଥିବା ଦେଖାଯାଇଛି । ଭଦ୍ରକରୁ ଦମକଳ ଆସି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବିପନ୍ନ ପରିବାର ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ଖବରପାଇ ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଓ ପିନ୍ଧା ବସ୍ତ୍ର ଯୋଗାଇ ଦେଇଛନ୍ତି । ଏଥିସହ ପ୍ରଶାସନିକ ସ୍ତରରେ ସରକାରୀ ସୁବିଧା ପାଇବା ନେଇ ଆଲୋଚନା କରିଛନ୍ତି । ବରଡେଶ୍ୱର ମଣ୍ଡଳ ସଭାପତି ତଥା ଇଂ. ପ୍ରମୋଦ ଜେନା, ବିଜେପିନେତା ହରେକୃଷ୍ଣ ସେନାପତି, ସୁଶାନ୍ତ ସାହୁ, ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।







