Home ଜିଲ୍ଲା ପରିକ୍ରମା ବିଧାୟକଙ୍କୁ ଜନ୍ମ ଦିନରେ ଫଟୋଚିତ୍ର ପ୍ରଦାନ

ବିଧାୟକଙ୍କୁ ଜନ୍ମ ଦିନରେ ଫଟୋଚିତ୍ର ପ୍ରଦାନ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ରଙ୍କ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ସକାଳେ ବିଧାୟକ ମା ଭଦ୍ରକାଳୀ ଓ ଶ୍ରୀ ଗଜାନନଙ୍କ ପୀଠରେ ସସ୍ତ୍ରିକ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଭଦ୍ରକର ଜଣାଶୁଣା ଫଟୋ ଚିତ୍ରଶିଳ୍ପୀ ସୁଶ୍ରୀ ନମିତା ବେହେରା ବିିଧାୟକ ଓ ସହ ଧର୍ମିଣୀ ଅମୃତା ଦୀକ୍ଷିତଙ୍କ ଫଟୋଚିତ୍ର ପ୍ରଦାନ କରି ଦୀର୍ଘାୟୁ ଓ ନିରୋଗମୟ ଜୀବନ କାମନା କରିଥିଲେ । କାର୍ଯ୍ୟକ୍ରମରେ ନମିତାଙ୍କ ପିତା ରବି ନାରାୟଣ ବେହେରା ଉପସ୍ଥିତ ଥିଲେ । ପ୍ରକାଶଥାଉକି ଭଦ୍ରକର ଲୋକପ୍ରିୟ ବିଧାୟକ ଶ୍ରୀ ମହାପାତ୍ରଙ୍କ ଜନ୍ମଦିନ ପାଇଁ ଶହ ଶହ ସଂଖ୍ୟାରେ ଶୁଭେଚ୍ଛୁ ଓ ପ୍ରଶଂସକ ମାନେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.