Home ଜିଲ୍ଲା ପରିକ୍ରମା ଥାନା ଏଏସଆଇଙ୍କୁ ସମ୍ମାନିତ କଲା ଚାରିଟେବୁଲ ଟ୍ରଷ୍ଟ

ଥାନା ଏଏସଆଇଙ୍କୁ ସମ୍ମାନିତ କଲା ଚାରିଟେବୁଲ ଟ୍ରଷ୍ଟ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତସ୍ଥିିତ ଶାନ୍ତିଲତା କମଳାକାନ୍ତ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବନ୍ତ ଥାନାର ଏଏସଆଇ ମନ ମୋହନ ବାରିକଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ କରାଯାଇଛି । ପରିଚାଳାନା କମିଟି ଟ୍ରଷ୍ଟି ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଷ୍ଠାପର କାର୍ଯ୍ୟ ଓ ସାହସିକତା ପାଇଁ ଏଏସଆଇ ଶ୍ରୀ ବାରିକଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟର ସମ୍ପାଦକ ସମାଜସେବୀ କମଳାକାନ୍ତ ସାହୁ, ଉପଦେଷ୍ଟା କମିଟିର ବରିଷ୍ଠ ସଦସ୍ୟ ଶିିକ୍ଷାବିିତ୍ ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ, ସଭ୍ୟ ସୌଭାଗ୍ୟ ସାରଥୀ ସାହୁ, ଶଶିକାନ୍ତ ସାହୁ, ଆଶିଷ କୁମାର ସାହୁ, ପ୍ରମୋଦ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଟ୍ରଷ୍ଟ ପକ୍ଷରୁ ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଦୁଇଟି କଂକ୍ରିଟ୍ ବେଚଂ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କମିଟି କର୍ମକର୍ତା ଓ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ । ଚାରି ଟେବୁଲ ଟ୍ରଷ୍ଟର ସେବା ଓ ଜନ କଲ୍ୟାଣ କାର୍ଯ୍ୟକୁ ଅଚଂଳବାସୀ ଭୁରିି ଭୁରିିିିିିି ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.