ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ୯ ତାରିଖ ସୋମବାର ରାତ୍ରିରେ ସାନ ସରକାର ବାବା ତିଆରି କରିଥିବା କମିଟି ତଥା ଭଦ୍ରକ ମାଟିର ଏକମାତ୍ର ଉର୍ଦୁ ସାହିତ୍ୟ ସଂଗଠନ ଅଦବି ମର୍କଜ଼ ଆନୁକୂଲ୍ୟରୁ ବିଶ୍ୱ ଊର୍ଦୁ ଦିବସ ଉପଲକ୍ଷେ ଏକ ମୁଶାଏରା ଅନୁଷ୍ଠିତ ହୋଇଯାଇଛି । ପ୍ରସିଦ୍ଧ କବି ମହମ୍ମଦ ଇକବାଲଙ୍କ ଜନ୍ମଦିନରେ ଏହି ଉତ୍ସବ ସାରା ବିଶ୍ୱରେ ପାଳନ କରାଯାଇଥିଲା । ଅଲ୍ଲାମା ମହମ୍ମଦ ଇକବାଲ ୯ ନଭେମ୍ବର ୧୮୭୭ ରେ ପଞ୍ଜାବ ପ୍ରଦେଶର ସିଆଲକୋଟ ଠାରେ ତାଙ୍କର ଜନ୍ମ ହୋଇଥିଲା । ଜନ୍ମ ପରଠୁ ହଜାର ହଜାର ରଚିୟୀତା କବିତା ଗୀତ ଲେଖା ଭିତରେ ୧୯୦୪ ମସିହାରେ ସାରେ ଯାହାଁ ସେ ଆଛା-ହିନ୍ଦୁସ୍ତାନ ହମାରା ହମାରା ଗୀତ ଲେଖିଥିଲେ ତାହା ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇ ରହିଛି । ୨୧ ଏପ୍ରିଲ ୧୯୩୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଏବଂ ତାଙ୍କ କଥା, କାର୍ଯ୍ୟକୁ ସମ୍ମାନ ଜଣାଇ ଆଜି ସାରା ବିଶ୍ୱ ତାଙ୍କୁ ମନେପକାଉଛି। ଆଜି ସେହି ମହାନ ବ୍ୟକ୍ତି ପାଇଁ ଉର୍ଦ୍ଧୁ ଦିବସ ପାଳନ କରାଯାଉଛି। କଲିକତାର କବି ତନବିର ମକଫି ଙ୍କ ସଭାପତିରେ ମୁଶାଏରା ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠିତ ମୁଶାଏରା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୌରପାଳିକାର ପୌରାଧକ୍ଷା ଗୁଲମକ୍କୀ ଦଲୱାଜି ହବିବ, ସମ୍ମାନିତ ଅତିଥି ଭାବେ ପ୍ରଫେସର ନାଶିର ବକ୍ସ , ପୂର୍ବତନ ପାରିଷଦ ଅସରଫ ଅଲି ଖାନ ଓ ହାଜି ଅବୁ ହୋସେନ ଖାନ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମୁଶାଏରା ରେ ସଂଚାଳକ ଭାବେ ମାଷ୍ଟର ତଥା କବି ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇ ଥିଲେ ।ଏହି ମୁଶାଏରାରେ ଜାମସେଦପୁର ର କବି ଆମିର ଆତ , କଲିକତାର କବି ସାଜିଦ ଅଖତର , ମୋଇନ ସଫକ , ତୌଫିକ ସାଗର, ଅବଦୁଲ ଦୟାନ ଜିଆ, ମୁଖତାର ନସୀମ, ଅଲିମୁଦ୍ଦିନ ବେକସ, ଆରିଫ ଜନ୍ନତି, ସୋଫିଆ ଖାନମ, ସହାବାଜ ସାଦାଫ, ସାଦବ ଅଜିଜ, ସୋଏବ ଆୟାଜ, ମିନହାଜ ନୁରୀ, କୌଶର ନସୀମ,ସବାବ କାଦରୀ, ଓ ସଜ୍ଜାତ ହସରତ ପ୍ରମୁଖ କବି ଯୋଗଦାନ କରି ବିଶ୍ୱ ଉର୍ଦୁ ଦିବସ ପାଳନ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ବିଶ୍ୱ ଉର୍ଦ୍ଧ୍ୱୁ ଦିବସ ଉପଲକ୍ଷେ ମୂଶାଏରା ଉଦଯାପିତ, ପ୍ରସିଦ୍ଧ କବି ମହମ୍ମଦ ଇକବାଲଙ୍କ ଜନ୍ମଦିନ







