ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦ କେବଳ ଆଧ୍ୟାତ୍ମ୍ୟବାଦୀ ଦାର୍ଶନିକ, ଦେଶ ଭକ୍ତ, ବେଦାନ୍ତବିତ୍ , ସନାତନ ଧର୍ମପ୍ରଚାରକ ତଥା ମହାନ ସନ୍ଥ ନଥିଲେ, ସେ ମଧ୍ୟ ଥିଲେ ଯୁବ ଶକ୍ତି ପାଇଁ ସାହସ, ଧୈର୍ଯ୍ୟ ଓ ପ୍ରେରଣାର ଉତ୍ସ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଅଷ୍ଟମ ସଂନ୍ଧ୍ୟାକୁ ସ୍ୱାମୀ ବିବେକାନନ୍ଦଙ୍କ ସ୍ମତିରେ ଉତ୍ସର୍ଗ କରାଯାଇଥିଲା ଏବଂ ଉକ୍ତ ସନ୍ଧ୍ୟାରେ “ଯୁବ ଶକ୍ତିର ପ୍ରତୀକ ସ୍ୱାମୀ ବିବେକାନନ୍ଦ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବ ଓ ପୁସ୍ତକ ମେଳାର ଉପଦେଷ୍ଟା ଶିକ୍ଷାବିତ୍ ଗୟାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭାରତୀୟ ଚିକିତ୍ସା ସଙ୍ଘ, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡା. ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ଓ ଡ. ଅଟଳ ବିହାରୀ ନାୟକ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ସୁଧୀରଞ୍ଜନ ନାୟକ,ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ଶିକ୍ଷାବିତ୍ ବାଦଲ କିଶୋର ମହାପାତ୍ର, ସାରସ୍ୱତ ସଂଗଠକ ନାରାୟଣ ଚନ୍ଦ୍ର ପାଢ଼ୀ ଓ ଇଂ. ବସନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ବରେଣ୍ୟ ଅତିଥି ଏବଂ ଶିକ୍ଷକ ନେତା ଭାସ୍କର ଚନ୍ଦ୍ର ପାଢ଼ୀ, ଅଧ୍ୟାପକ ସରୋଜ କୁମାର ମହାପାତ୍ର ଓ ସରକାରୀ ବିଧିବକ୍ତା ଅଞ୍ଜୁବାଳା ରାଉତ ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇଥିଲେ। ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ,ସଭାପତି ଇଂ.ଅଭୟ ସୂତାର ଅତିଥି ପରିଚୟ, ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ଉପସଭାପତି ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା, ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ , କବୟିତ୍ରୀ ମନୋରମା ରାୟ,ଓ ଚୈତାଳି ଖିଲାର ପ୍ରମୁଖ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ। ଚାନ୍ଦବାଲି ବିବେକାନନ୍ଦ ସେବା ସଂଗଠନର ଅଧ୍ୟକ୍ଷ ଆଶିଷ କୁମାର ବେହେରାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏମ୍ .ଏମ୍.ଡ୍ୟାନ୍ସ ଗ୍ରୁପ ,ଚରମ୍ପା ଓ ମୟୂର ଡ୍ୟାନ୍ସ ଗ୍ରୁପ, ମଠସାହି , ଭଦ୍ରକର କଳାକାରମନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଷ୍ଟମ ସନ୍ଧ୍ୟାର ପୂର୍ବଦିନ କବି ନାରାୟଣ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ କବିତା ପାଠ ଉତ୍ସବ ଓ କବି ସମ୍ମେଳନ ଅନୁଷ୍ଠିତ ହୋଇଥିଲା। ପ୍ରସାର ଭାରତୀ ଗୀତିକାର ନାଟ୍ୟଶ୍ରୀ ଡ. ନିର୍ମଳ ରାଉତ ଏହାକୁ ଉଦଘାଟନ କରିଥିଲେ। ଏହି ସମାରୋହରେ କୃଷି କବି ଅରୁଣ କୁମାର ପାତ୍ର ମୁଖ୍ୟ ଅତିଥି, ଇଂ. ଡ. ଅରୁଣ କୁମାର ପଣ୍ଡା ମୁଖ୍ୟ ବକ୍ତା, ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡା ଓ ରତି କାନ୍ତ ବେହେରା, ଅଧ୍ୟାପିକା ସଂଯୁକ୍ତା ଭାରତୀ, କବି ବୈକୁଣ୍ଠନାଥ ଓଝା, ଦିପ୍ତୀ ଦେବଦର୍ଶିନୀ ସୂତାର ବରେଣ୍ୟ ଅତିଥି, ଅଧ୍ୟାପିକା ଦେବସ୍ମିତା ମିଶ୍ର ଓ କବି ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ ସମ୍ମାନନୀୟ ବକ୍ତା ଏବଂ ବିଶିଷ୍ଟ କବି ସୁଶାନ୍ତ କୁମାର ନାୟକ ସମୀକ୍ଷକ ଭାବେ ଯୋଗ ଦେଇଥିଲେ।
Home ଜିଲ୍ଲା ପରିକ୍ରମା ସ୍ୱାମୀ ବିବେକାନନ୍ଦ ଥିଲେ ଯୁବଶକ୍ତି ପାଇଁ ସାହସ, ଧୈର୍ଯ୍ୟ ଓ ପ୍ରେରଣାର ଉତ୍ସ, ଚତୁର୍ଦ୍ଦଶ ଭଦ୍ରକ...







