Home ଜିଲ୍ଲା ପରିକ୍ରମା ୧୦୩ ବର୍ଷରେ ପିଡବ୍ଲ୍ୟୁଆଇ କାଳୀପୂଜା

୧୦୩ ବର୍ଷରେ ପିଡବ୍ଲ୍ୟୁଆଇ କାଳୀପୂଜା

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀ ପୂଜା ଆରମ୍ଭ ହୋଇ ଯାଇଛି । ମୂର୍ତି ଠାରୁ ଆରମ୍ଭ କରି ତୋରଣ ସଜା ପର୍ଯ୍ୟନ୍ତ ସବୁଥିରେ ଆଗୁଆ ହେବାକୁ ସବୁ ମଣ୍ଡପ ଚେଷ୍ଟା କରିଛନ୍ତି । ଭଦ୍ରକର ଏକ ପ୍ରସିଦ୍ଧ କାଳୀ ମେଢ଼ ପିଡବ୍ଲୁଆଇ କାଳୀଙ୍କୁ ପୁରିଲା ୧୦୩ ବର୍ଷ। ୧୯୨୪ମସିହାରେ ଭଦ୍ରକ ରେଲୱେରେ ସମସ୍ତ କର୍ମଚାରୀଙ୍କୁ ନେଇ ଆରମ୍ଭ ହେଲା କାଳୀ ପୂଜା। ପାଂଚ, ଛଅ ବର୍ଷ ଠିକ ଠାକ ଚାଲିବା ପରେ ରେଲୱେ କାଳୀ ଡିପାର୍ଟମେଂଟ ଅନୁସାରେ ତିନି ଭାଗରେ ବିଭକ୍ତ ହୋଇଗଲେ। ରେଳଧାରଣା ତଦାରଖ କରୁଥିବା କର୍ମଚାରୀ ମାନେ ପିଡବ୍ଲୁଆଇର କାଳୀ ପୂଜାର ଦାୟିତ୍ୱ ନେଇଥିବା ବେଳେ ଗାଡ଼ି ଚାଳକ ଓ ଷ୍ଟେସନ ପରିଚାଳକ ବର୍ଗ ଭିନ୍ନ ସ୍ଥାନରେ ପୂଜା ଆରମ୍ଭ କଲେ। ଶହେ ବର୍ଷ ପୁରି ଯାଇଥିବା ଏହି ମଣ୍ଡପର ନବ କଳେବର ପାଇଲା ୧୯୯୬ ମସିହାରେ ତତ୍କାଳୀନ କାର୍ଯ୍ୟାଳୟ ପରିଚାଳକ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ। ୧୯୭୧ ମସିହାରେ ପୂର୍ବତନ ପିଡବ୍ଲ୍ୟୁଡି ଅଧିକ୍ଷକ ମହମଦ ହାପିବୁଲ୍ଲାଙ୍କ ଦ୍ୱାରା ତିଆରି ହୋଇ ଥିବା ଦୁର୍ଗା ମଣ୍ଡପ ଭାଙ୍ଗି ଯିବାରୁ ପୂର୍ବତନ ଅଧିକ୍ଷକ ଶରତ ଚନ୍ଦ୍ର ବଡ଼ ଜେନଙ୍କ ପ୍ରଚେଷ୍ଟାରେ ନୂତନ ଗୃହ ତିଆରି ସହ ମା’ଙ୍କର ଚାନ୍ଦି ମୁକୁଟ ଓ ସ୍ୱର୍ଣ୍ଣ ଗହଣା ମୂର୍ତିକୁ ଜୀବନ୍ତ କରିଛି। ଚଳିତ ବର୍ଷ ଏହାର ତୋରଣ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ସୋଲ ଦୋନାରେ ତିଆରି ତୋରଣ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆୟୋଜକ କମିଟି ସଭାପତି ଚିନ୍ମୟ ଦାସ ପ୍ରକାଶ କରିଛନ୍ତି। ମା’ଙ୍କ ମୂର୍ତି ସହ ସାମାଜିକ ଓ ପୌରାଣିକ କଥା ବସ୍ତୁକୁ ନେଇ ତିଆରି ହୋଇଥିବା ପାଶ୍ୱର୍ମୂର୍ତି ବେଶ ଚିତାକର୍ଷକ ହୋଇଛି। ପୂର୍ବତନ କାର୍ଯ୍ୟାଳୟ ପରିଚାଳକ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ତିଆରି ହୋଇଥିବା କାଳୀୟ ଦଳନ, ହିରଣାକ୍ଷ ବଧ, ସୀତା ସ୍ୱୟଂବର,ନିଶାମୁକ୍ତ ଭାରତ ଅଭିଯାନ ଓ ସ୍ଥାନୀୟ ଐତିହ ଲୁଣିଆ ସହିଦ ସ୍ମୃତି ସ୍ମାରକୀ ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକର୍ମ ଭକ୍ତଙ୍କ ମନକୁ ପାଇବ ବୋଲି ସମ୍ପାଦକ ନଳିନୀକାନ୍ତ ମହାନ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.