ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ବାଉଦପୁର ବାଗୁରାଇ ଟ୍ରେନ ଲାଇନ ପାଶ୍ୱର୍ରୁ ଜଣେ ଅପରିଚିତ ବ୍ୟକ୍ତିର ମୃତଦେହକୁ ଭଦ୍ରକ ଜିଆରପି ଥାନା ଉଦ୍ଧାର କରିଛି। ଜିଆରପିଏସ ଏଏସ ଆଇ ଦିଲିପ କୁମାର ସେଠୀ ଜିଆରପିଏସ୍ ୟୁଡି କେଶ୍ ନଂ ୭୧/୯:୧୦:୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାଯାଏ ସମ୍ଭବତଃ ଯୁବକଟି ଟ୍ରେନ୍ରୁ ଖସିପଡି ମୃତ୍ୟୁବରଣ କରିଛି। ଏହି ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମେଡ଼ିକାଲରେ ଭର୍ତି କରାଯାଇଛି। କୈାଣସି ସହୃଦୟ ବ୍ୟକ୍ତି ଯଦି ଉକ୍ତ ଅପରିଚିତ ଯୁବକଙ୍କ ସନ୍ଧାନ ପାଆନ୍ତି, ତେବେ ଜିଆରପି ଥାନା ଏଏସ ଆଇ ଶ୍ରୀ ସେଠୀ ଙ୍କ ୭୦୦୮୧ ୭୫୯୨୩ ମୋବାଇଲ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।








