Home ଜିଲ୍ଲା ପରିକ୍ରମା ରାଜରାଜେଶ୍ୱରୀ ବେଶରେ ମା’ ଭଦ୍ରକାଳୀ

ରାଜରାଜେଶ୍ୱରୀ ବେଶରେ ମା’ ଭଦ୍ରକାଳୀ

1

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଆଜି ତୃତୀୟ ଦିବସରେ ରାଜରାଜେଶ୍ୱରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ ଭଦ୍ରକାଳୀଙ୍କ ଏହି ଅପୂର୍ବ ଅଲୌକିକ ରୂପକୁ ଦର୍ଶନ କରିବା ନିମନ୍ତେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଭିଡ ଲାଗିଛି। ଅପରାହ୍ନରେ ମା’ ଙ୍କର ପୁଷ୍ପ ବେଶ ଅନୁଷ୍ଠିତ ହୋଇଥିଲା। ଭକ୍ତ ମାନେ ଧାଡ଼ି ବାନ୍ଧି ଧୂପ, ଦ୍ୱୀପ, ନୈବେଦ୍ୟ ଅର୍ପଣ କରି ଶୃଙ୍ଖଳାର ସହିତ ମା’ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ମା’ ଆଜି ରାଜ ରାଜେଶ୍ୱରୀ ବେଶରେ ହସ୍ତୀ ଓ ବାଘ ବାହନରେ ବିରାଜମ।ନ କରିଛନ୍ତି। ମା’ ଙ୍କ ମୁଖ ମଣ୍ଡଳ ଗୋଲାପୀ ବର୍ଣ୍ଣ ଥିବାବେଳେ ମା’ ଶଙ୍ଖ,ଚକ୍ର, ଗଦା ଓ ପଦ୍ମ ଧାରଣ କରି ଚତୁର୍ଦ୍ଧା ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ନାଲି ପାଟ ବସ୍ତ୍ର ପରିଧାନ କରି ମା’ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ବିଭୂଷିତ ହୋଇ ଛନ୍ତି। ରାଜ ରାଜେଶ୍ୱରୀ ବେଶରେ ଦର୍ଶନ କଲେ ଭକ୍ତ ଉଚ୍ଚ ପଦବୀ, ସମାଜରେ ପ୍ରଶଂସା ଲାଭ କରିବା ସହିତ ଧନ ଧାନ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ମହାଯଜ୍ଞର ତୃତୀୟ ଦିବସରେ ବେଦ ପାଠ, ଭାଗବତ ପାଠ, ଗୀତା ପାଠ, ଚଣ୍ଡୀ ପାଠ, ରୁଦ୍ର।ଭିଷେକ ଓ ସଂକୀର୍ତନ କରାଯାଇଛି। ପୀଠକୁ ବହୁ ସାଧୁ ସନ୍ଥ ତଥା ରାଜନୈତିକ ନେତୃମଣ୍ଡଳୀ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଗସ୍ତ କରି ମା” ଙ୍କୁ ଦର୍ଶନ କରିଛନ୍ତି। ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ପରିବେଶରେ ନୃତ୍ୟ ପରିବେଷଣ କରଯାଇଛି। ମା’ ଭଦ୍ରକାଳୀଙ୍କ ଭଜନ କେସେଟ୍ ଶକ୍ତି ପ୍ରଦାୟିନୀର ସାଂସ୍କୃତିକ ମଂଚରେ ଉନ୍ମୋଚନ କରାଯାଇଛି। ମଧ୍ୟାହ୍ନରେ ମା” ଙ୍କ ନିତି ପରେ ଭକ୍ତମାନଙ୍କୁ ମନ୍ଦିର ପ୍ରସାଶନ ତରଫରୁ ଅନ୍ନ ପ୍ରସାଦ ବଂଟନ କରଯାଇଛି। ଚଳିତ ବର୍ଷ ମହାଯଜ୍ଞ ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୀଠରେ ଆଲୋକ ମାଳା ଓ ସାଜ ସଜା ଭକ୍ତ ମାନଙ୍କୁ ଆକର୍ଷିତ କରୁଛି। ସପ୍ତ ମାତୃକା ବେଶର ଚତୁର୍ଥ ଦିନରେ ମା’ ବୁଧବାର ସିଂହ ବାହିନୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଏଥି ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.