Home ଜିଲ୍ଲା ପରିକ୍ରମା ଆଡ଼ିଆ ଗ୍ରାମ ପଂଚାୟତରେ ଜାତୀୟ ଆଇନ ସେବା ଦିବସ ପାଳିତ, ସମସ୍ତଙ୍କ ପାଇଁ ଆଇନସେବା ଗୁରୁତ୍ୱ

ଆଡ଼ିଆ ଗ୍ରାମ ପଂଚାୟତରେ ଜାତୀୟ ଆଇନ ସେବା ଦିବସ ପାଳିତ, ସମସ୍ତଙ୍କ ପାଇଁ ଆଇନସେବା ଗୁରୁତ୍ୱ

0

ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧୀକରଣ ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ “ଜାତୀୟ ଆଇନ ସେବା ଦିବସ” ବନ୍ତ ବ୍ଲକ ଅଧିନ ଆଡ଼ିଆ ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଅଧ୍ୟକ୍ଷତା କରିଥିଲେ।ପ୍ୟାନେଲ ଅଧିବକ୍ତା ଡ. ତାପସ କୁମାର ମହାନ୍ତିଙ୍କ ମଂଚ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ ଦାସ, ଆଡ଼ିଆ ଗ୍ରାମପଂଚାୟତର ସରପଂଚ ବିଜୟ ଜେନା, ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ନେପାଳ ଦାସ ଏବଂ ବନ୍ତ ବ୍ଲକ ସହକାରୀ ଶ୍ରମ ଅଧିକାରୀ ଅମିତ୍ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।ବକ୍ତାମାନେ ଆଇନ ସେବା ପ୍ରାଧିକରଣ ଅଧିନିୟମ-୧୯୮୭, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ), “ନ୍ୟାୟ ସଂଯୋଗ” ଏବଂ ନାଲସା ଟୋଲ୍ ଫ୍ରୀ ହେଲ୍ପଲାଇନ୍ ନମ୍ବର-୧୫୧୦୦, ଇ- ଜାତୀୟ ଆଇନ ସେବା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ସୁରକ୍ଷିତ ଶୈଶବ, ମହିଳା ଓ ଶିଶୁଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା, ଶିଶୁ ଶ୍ରମ, ଶିଶୁ ନିର୍ଯାତନା ଏବଂ ବାଲ୍ୟବିବାହ ନିରାକରଣ ଭଳି ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମାଜର ଅବହେଳିତ ଓ ଆର୍ôଥକ ଅନଗ୍ରସର ବର୍ଗଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନ ସେବା ପ୍ରାଧିକରଣର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିସହ ପଂଚାୟତର ହିତାଧିକାରୀମାନଙ୍କୁ ନିର୍ମାଣ ଶ୍ରମିକ ଯୋଜନାରେ ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଂଚାୟତ ପ୍ରତିନିଧି ଓ ଗ୍ରାମବାସୀ ଯୋଗଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ବିଭାଗୀୟ ଅଧିକାରିଣୀ ସରୋଜିନୀ ବେହେରା କର୍ମୀ ସରୋଜ ସେଠୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ସରପଂଚ ବିଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.