Home ଜିଲ୍ଲା ପରିକ୍ରମା ଉତ୍କର୍ଷ ସେବା ପାଇଁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

ଉତ୍କର୍ଷ ସେବା ପାଇଁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

0

ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ “ଉତ୍ସାହ-୨୦୨୬’ ର ଉଦ୍‌?ଯାପନୀ ଓ ଭବ୍ୟ ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଅଭ୍ୟାସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଯୋଗିତାର କୃତୀ ବିଜେତା ଶିଶୁମାନଙ୍କୁ ପୁରସ୍କୃତ କରାଯିବା ସହ ଶିଶୁ ମାନଙ୍କ କ୍ଷେତ୍ର ରେ ଉଲ୍ଳେଖନୀୟ ଓ ପ୍ରଶଂସା ମୂଳକ କାର୍ଯ୍ୟ କରିଥିବା ହେତୁ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସାମାଜିକ ତଥା ଶିଶୁ ଆଇନ ଅଧିକାରୀ ସୁବ୍ରତ କୁମାର ଦାସ ଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉତ୍କର୍ଷମୂଳକ ସେବା ନିମନ୍ତେ ସମ୍ମାନିତ କରିଛନ୍ତି।ଏହି ସମ୍ମାନ ପ୍ରଦର୍ଶନ ବେଳେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦସ୍ୱର୍ାଲ,ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଲୱନ୍ତ ସିଂହ, ଅତିରିକ୍ତ ନିର୍ଦ୍ଦେଶିକା ମୋନାଲିସା ଦେବତା, କାର୍ଯ୍ୟକ୍ରମ ପରିଚାଳକ (ଓସିପିଏସ) ପ୍ରିତିକାନ୍ତ ପଣ୍ଡା, ୟୁନିସେଫର ମୁଖ୍ୟ କ୍ଷେତ୍ର ଅଧିକାରୀ ପ୍ରଶାନ୍ତ କୁମାର ଦାସ, ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ଏହି ସ୍ୱୀକୃତି ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଅର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.