Home ଜିଲ୍ଲା ପରିକ୍ରମା ନିଖିଳ ଓଡିଶା ଯାଦବ ମହାସଭା ଉପଦେଷ୍ଟାଙ୍କ ପରଲୋକ

ନିଖିଳ ଓଡିଶା ଯାଦବ ମହାସଭା ଉପଦେଷ୍ଟାଙ୍କ ପରଲୋକ

5

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଂଚାୟତ ଅଧିନ ଗୋପାଳଦୋହରା ଗ୍ରାମର ନିରଞ୍ଜନ ମହାକୁଡ଼ (୭୦)ଙ୍କର ସୋମବାର ଅପରାହ୍ନରେ ପରଲୋକ ହୋଇଯାଇଛି।ସେ ନିଖିଳ ଓଡ଼ିଶା ଯାଦବ ମହାସଭା, ମହାନନ୍ଦ ସେବାସଂଘ ଓ କଳ୍ପତରୁ ସେବାସଂଘର ବରିଷ୍ଠ ଉପଦେଷ୍ଟା ଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଶାନ୍ତ,ସରଳ,ଅମାୟୀକ,ଧର୍ମ ପରାୟଣ ଭାବେ ସମସ୍ତଙ୍କର ଜଣାଶୁଣାଥିଲେ ଗତ କିଛିଦିନ ଧରି ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି । ତାଙ୍କ ମର ଶରୀରକୁ ପୀରହାଟ ଥାନା ଛକରୁ ଶୋଭାଯାତ୍ରାରେ ତାଙ୍କ ଗ୍ରାମ ଗୋପାଳଦୋହରା ପର୍ଯ୍ୟନ୍ତ ନିଆଯାଇଥିଲା । ମନ୍ଦାରୀ କଲେଜର ଅବସରପ୍ରାପ୍ତ ଅଧକ୍ଷ କମଳାକାନ୍ତ ଡାଙ୍ଗୁଆ, କଳ୍ପତରୁ ସେବାଶ୍ରାମର ଉପଦେଷ୍ଟା ଅକ୍ଷୟ ବିଶ୍ୱାଳ, ରାମଚନ୍ଦ୍ର ବାରିକ, ଗଜେନ୍ଦ୍ର ବାରିକ, ଗଙ୍ଗାଧର ପରିହାରି, ନୃସିଂହ ମହାକୁଡ଼, ରତିକାନ୍ତ ମହାକୁଡ଼, ଉମାକାନ୍ତ ପରିଡା, ବଳରାମ ବାରିକ, ସୁଧାଂଶୁ ଡାଙ୍ଗୁଆ, ସୁରେନ୍ଦ୍ର ସାହୁ, ସଂଗ୍ରାମ ମହାନ୍ତି, ଅଜୟ ନାୟକ,ଚିନୁ ବଳ, ଉଗ୍ରେସନ ପାତ୍ର, ପ୍ରଦୀପ ନାୟକ, ସୁରେଶ ମହାକୁଡ଼, ସମିତିସଭ୍ୟ ପ୍ରକାଶ ମାଝୀ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବଡ଼ପୁଅ ଦେବେନ୍ଦ୍ର ମୁଖାଗ୍ନି ଦେଇଥିଲେ । ପୁଅ ପ୍ରତାପ, ସୌମ୍ୟ ରଞ୍ଜନ, ଦୀପ୍ତିରଞ୍ଜନ ସହିତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.