ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବିଜ୍ଞାପିତ ପରିଷଦ ଅଧିନ ମଙ୍ଗରାଜପୁରପୁର ଗ୍ରାମର ମା କନକ ଦୁର୍ଗାଙ୍କ ପୂଜା ମହାଆଡମ୍ବରରେ ପାଳିତ ହେଉଛି। ମାଙ୍କ ପୂଜା ଉତ୍ସବ ପାଇଁ ମଙ୍ଗରାଜପୁର ଗ୍ରାମ ଚଳଚଂଚଳ ହୋଇଉଠିଛି । ମାଙ୍କ ମନ୍ଦିରକୁ ସାଜସଜା କରାଯାଇଥିବା ବେଳେ ରଙ୍ଗୀନ ଆଲୋକମାଳା ଆଉ ସୁସଜ୍ଜିତ ତୋରଣ ପୂଜାସ୍ଥଳକୁ ବେଶ ମନୋରମ କରିବାସହିତ ଶ୍ରଦ୍ଧାଳୁ ମାନଙ୍କୁ ଅକର୍ଷିତକରୁଛିକ୍ଷ କାର୍ତିକ ମାସ ସପ୍ତମୀ ତିଥି ରବିବାର ଠାରୁ ଆରମ୍ଭ ହୋଇଛି। ଏହି ପୂଜା ବୁଧବାର ଦଶମୀରେ ସମାପନ ହେବ । ସୋମବାର ମହାଷ୍ଟମୀ ଅବସରରେ ମାଙ୍କ ପୀଠରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସପ୍ତମୀରେ କଳସ ବୁଡ଼ା ପରେ ମାଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଉଛି । ପରମ୍ପରା ଅନୁଯାୟୀ ସପ୍ତମୀ ଓ ଅଷ୍ଟମୀ ରାତିରେ ମାଙ୍କ ନିକଟରେ କଖାରୁ ବଳି ଦିଆଯାଇଥିଲା । କର୍ତା ଭାବେ ଧନେଶ୍ୱର ସାବତ ଓ ତାଙ୍କ ପତ୍ନୀ ଏବଂ ପୁରୋହିତ ଭାବେ ବିମ୍ବାଧର ତ୍ରିପାଠୀ, ଶୁକଦେବ ଦାସ ଓ ଅନନ୍ତ ତ୍ରିପାଠୀ ପୂଜା କାର୍ଯ୍ୟ ତୁଲାଉଛନ୍ତି । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଛି । ମଙ୍ଗରାଜପୁର ଗ୍ରାମରେ ମା କନକ ଦୁର୍ଗା ୭ ଶହରୁ ଅଧିକ ବର୍ଷ ପୂର୍ବେ ମା ବାସୁଳୀ ନାଁରେ ପୂଜା ପାଉଥିଲେ । ମାତ୍ର ମାଙ୍କ ପୂଜାରେ ଅବହେଳା କରାଯିବା ଏବଂ ତାଙ୍କ ଉପରେ ଦୃଷ୍ଟି ରଖା ନଯିବାରୁ ମା ମାଟି ତଳକୁ ଚାଲି ଯାଇଥିଲେ । ୪୫ବର୍ଷ ପୂର୍ବେ ମା ଜଣେ ଯୁବକଙ୍କ ଦେହରେ ପ୍ରବେଶ କରିଥିଲେ । ଏକ ନିର୍ଦିଷ୍ଟ ସ୍ଥାନରେ ୪ଟି ବେଲପତ୍ର ପକାଇ ସେହି ସ୍ଥାନକୁ ଖୋଳିବାକୁ ସେହି ଯୁବକଙ୍କ ମାଧ୍ୟମରେ ମା ନିର୍ଦ୍ଦେଶ ଦେଇଥିଲେ । ସେହି ସ୍ଥାନ ଖୋଲାଯିବା ପରେ ମା ଅବିର୍ଭୁତା ହୋଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଙ୍କର ନାମ କନକ ଦୁର୍ଗା ରହିଥିବା ଗ୍ରାମର ୯୫ବର୍ଷୀୟା ବୃଦ୍ଧା କୁମୁଦିନୀ ସାବତଙ୍କ ଠାରୁ ଜାଣିବାକୁମିଳିଛି । ମାଙ୍କ ଆଶିଷରେ ବହୁ ମାନସିକ ଓ ଶାରୀରିକ ରୋଗୀମାନେ ଆରୋଗ୍ୟ ହୋଇଥିବା ମାଙ୍କ ଅଲୌକିତାର ପ୍ରମାଣ ମିଳେ । ପ୍ରଥମେ ଚାଳ ଛପର ଘରେ ମା ପୂଜା ପାଉଥିଲେ । ମନ୍ଦିର ପ୍ରତିଷ୍ଠା ହେବାପରେ ମାଙ୍କୁ ସେଠାରେ ସ୍ଥାପନ କରାଯାଇପୂଜା କରାଯାଉଛି । ମାଙ୍କ ସେବକ ନିରଞ୍ଜନ ସାବତ, ଇନ୍ଦ୍ରମଣି ସାବତ, କ୍ଷୀରସିନ୍ଧୁ ସାବତ ପ୍ରମୁଖଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଥିବା ଜଣାଯାଇଛି।
Home ଜିଲ୍ଲା ପରିକ୍ରମା ମଙ୍ଗରାଜପୁରରେ ମା’ କନକ ଦୁର୍ଗାଙ୍କ ପୂଜା ମହାସମାରୋହରେ ପାଳିତ, ୭ ଶହରୁ ଉର୍ଦ୍ଧ୍ୱ ବର୍ଷ ମାଟି...








